କୁର୍ମୀ କ୍ଷେତ୍ରୀୟ ଜାତୀୟ ମହିଳା ମହା ଅଧିବେଶନ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କୁର୍ମୀ କ୍ଷେତ୍ରୀୟ ଜାତୀୟ ସ୍ତରର ମହା ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ର ପ୍ରତିନିଧିତ୍ଵ।ଭବାନୀପାଟଣା/ଉତ୍ତର ପ୍ରଦେଶ ମିର୍ଜା ପୁର ଜିଲ୍ଲା ଅନ୍ତର୍ଗତ ଚୁନାର୍ ସହର ଠାରେ କୁର୍ମୀ କ୍ଷେତ୍ରୀୟ ଜାତୀୟ ମହିଳା ମହା ଅଧିବେଶନ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ର ୫୨ ଜଣ ପୁରୁଷ ଓ ମହିଳା କର୍ମ କର୍ତ୍ତା ଯୋଗ ଦେଇଥିଲେ। କଳାହାଣ୍ଡି ଅଞ୍ଚଳ ସଭାପତି ଅଶ୍ୱିନୀ ପ୍ରଧାନ ଓ ସମ୍ପାଦକ ଭାବଗ୍ରାହୀ ନାୟକ ଙ୍କ ନେତୃତ୍ଵ ରେ ଯାଇଥିବା ଜଣା ଯାଇଛି। ସମସ୍ତ ଗ୍ରାମ୍ୟ କମିଟି କର୍ମକର୍ତ୍ତା, ମହିଳା କର୍ମକର୍ତ୍ତା ସମେତ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳ ରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନୁପ୍ରୀୟା ପଟେଲ୍ ମହିଳା ସଭା ରେ ଅଧ୍ୟକ୍ଷତା କରିଥିଲେ।ଭବାନୀପାଟଣା ର ସବିତା ପ୍ରଧାନ ଙ୍କୁ ଓଡ଼ିଶା ସଚିବ ଭାବେ ମନୋନୀତ କରାଯାଇଛି। ବିଭିନ୍ନ ରାଜ୍ୟର ମହିଳା ମାନେ ନୃତ୍ୟ ପରିବେଷଣ କରିଥିଲେ।


