କୁଶଳୀ ଯୁବବର୍ଗ ଭାରତକୁ ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ସକ୍ଷମ ହେବେ: ଅମିତ ଶାହ
ଭାରତରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ବର୍ଗଙ୍କୁ କୁଶଳୀ କରାଇବା ପାଇଁ ଯୋଜନା ବଦ୍ଧ ଭାବେ ପ୍ରୟାସ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଜରାଟ ସରକାର ଏବଂ ଟାଟା କମ୍ପାନୀ ପକ୍ଷରୁ ଗାନ୍ଧିନଗରସ୍ଥିତ ନାସମେଦ୍ଠାରେ ୨୦ ଏକର ପରମିତ ଜମିରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କୁଲ୍(ଆଇଆଇଏସ୍)ର ଭିର୍ତି ପ୍ରସ୍ତର ସ୍ଥାପିତ ହୋଇଛି । ଏହାଦ୍ୱାରା ବାର୍ଷିର୍କ ୫,୦୦୦ ଯୁବବର୍ଗଙ୍କୁ କୁଶଳୀ କରାଯିବାର ଲକ୍ଷ୍ୟ ରଖାଯାଇଛି । ୭୦%ଙ୍କୁ କ୍ୟାମ୍ପସ୍ ନିଯୁକ୍ତି ଉପଲବ୍ଧ କରାଯିବାର ଯୋଜନା ରହିଛି ।
ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରାମନିକଲାଲ୍ ରୂପାଣି, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ, ଶକ୍ତି ଏବଂ ନୂତନ ଅକ୍ଷୟଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂ, ଟାଟା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା, ଗୁଜରାଟ ରାଜ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଦିଲୀପ୍ କୁମାର ବୀରଜୀ ଠାକୁର, ଗୁଜରାଟ ରାଜ୍ୟ ମୁଖ୍ୟ ସଚିବ ଅନୀଲ୍ ମୁକିମ୍, ଟାଟା କମ୍ପାନୀରର ଅଧିକାରୀ ନଟରାଜନ ଚନ୍ଦ୍ରଶେଖରନ୍,ଜାତୀୟ ଦକ୍ଷତା ବିକାଶ ଅଧ୍ୟକ୍ଷ ଏ.ଏମ୍. ନାଏକ, ଏମ୍ଏସ୍ଡିସି ସଚିବ ପ୍ରବୀନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।


