ହରିଦାସପୁର-ପାରାଦୀପ ରେଳପଥ ଦୋହରୀକରଣ ପ୍ରସ୍ତାବକୁ ବୁଦ୍ଧିଜୀବୀଙ୍କ ସ୍ୱାଗତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଯାଇଥିବା ହରିଦାସପୁର- ପାରାଦୀପ ରେଳପଥ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ରସରକାରଙ୍କ ରେଳବାଇ ବିଭାଗ ମଞ୍ଜୁରୀ ଦେଇଥିବାରୁ ଏହାକୁ କେନ୍ଦ୍ରାପଡାର ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡାବାସୀଙ୍କ ବହୁ ଦିନର ଦାବୀ ଏହାଦ୍ୱାରା ପୁରଣ ହୋଇପାରିଛି। ଏହି ରେଳପଥ ଦୋହରୀକରଣ ହେବା ଦ୍ୱାରା କେନ୍ଦ୍ରାପଡାରୁ କଟକ, ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀକୁ ସହଜରେ ଯାତ୍ରୀବାହୀ ରେଳ ଚଳାଚଳ କରିପାରିବ। ଫଳରେ କେନ୍ଦ୍ରାପଡାରୁ ଲୋକମାନେ ସୁବିଧାରେ କଟକ, ଭୁବନେଶ୍ୱର ଓ ପୁରୀକୁ ରେଳ ଦ୍ୱାରା ଯାତାୟତ କରିପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। କେନ୍ଦ୍ରସରକାରଙ୍କ ଏହି ପଦକ୍ଷେପକୁ ସମାଜସେବୀ ସମୀର କୁମାର ଚାନ୍ଦ, ସଞ୍ଜୟ କୁମାର ରାଉତ ଓ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ସ୍ୱାଗତ କରିବା ସହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ