କୃତୀ ଶିକ୍ଷୟତ୍ରୀ ପୁରସ୍କାର ପାଇଲେ କାକୁଲି ମଲ୍ଲିକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ତଥା ଜିଲ୍ଲା ସ୍ୱନକ୍ଷତ୍ର ଦିବସ ପାଳନ ଉତ୍ସବ ଉପଲକ୍ଷେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ବୀରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲୀ ମଲ୍ଲିକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୃତି ଶିକ୍ଷୟିତ୍ରୀ ଭାବରେ ମାନପତ୍ର, ପୁଷ୍ପଗୁଛ, ଉପଢୈାକନ ଓ ନଗଦ ୨୫ହଜାର ଟଙ୍କାର ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀମତୀ ମଲ୍ଲିକ ଏହା ପୂର୍ବରୁ ଜିଲ୍ଲା ପୁରସ୍କାର ସମେତ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜଣେ ଖ୍ୟାତନାମା କବି ଓ ରିସୋର୍ସ ପର୍ସନ ଭାବରେ ପରିଚିତ ଶ୍ରୀମତୀ ମଲ୍ଲିକ ୨୦୧୭ମସିହା ପାଇଁ ଏହି କୃତି ଶିକ୍ଷୟତ୍ରୀ ସମ୍ମାନ ଲାଭ କରିଛନ୍ତି । ଏହି ସଫଳତା ପାଇଁ ତାଙ୍କର ସହକର୍ମୀ, ଶିକ୍ଷା ମଣ୍ଡଳ ଅଧିକାରୀ, ସ୍ୱାମୀ ମନୋରଞ୍ଜନ ମହାନ୍ତି ତାଙ୍କୁ ସାଧୁବାଦ ଜଣାଇଥିବା ବେଳେ ଶ୍ରୀମତୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ସେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସହ ସମ୍ପାଦିକା ଏବଂ ଧୂଳିଘର ଶିଶୁ ପତ୍ରିକାର ସମ୍ପାଦିକା ଥିବା ବେଳେ ୩ଖଣ୍ଡ କବିତା ପୁସ୍ତକ ଲେଖି ବେଶ ଚର୍ଚ୍ଚିତ ଅଛନ୍ତି । ଏହି ସଭାରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ନଗରପାଳ ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖ ଉପସ୍ଥିତ ଥାଇ ତାଙ୍କୁ ଶୁଭେଛା ଜଣାଇଥିବାରୁ ସେମାନଙ୍କୁ ମଧ୍ୟ ଶ୍ରୀ ମଲ୍ଲିକ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ