କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ତାଲିମ କାର୍ଯକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକ୍ର ଚନ୍ଦ୍ରଗିରି ତିବ୍ଦତୀୟ ବଙ୍ଗଳା ଠାରେ କୃଷକ ଉତ୍ପାଦକ କମ୍ପାନି (ଏଫପିସି) ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୃଷି ବିକାଶ ଅଧିକାରୀ, ରା.ଉଦୟଗିରି ବ୍ଲକର ସହକାରୀ କୃଷି ଅଧିକାରୀ ଏବଂ ମୋହନା ବ୍ଲକର ବ୍ଲକ ପ୍ରକଳ୍ପ ସଂଯୋଜକ ଉପସ୍ଥିତ ଥିଲେ । ଆକ୍ସେସ୍ ଡେଭଲପମେଣ୍ଟ ସର୍ଭିସେସ୍ ପ୍ରତିନିଧିତ୍ବ କରୁଥିବା ରଞ୍ଜିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | କୃଷି ସମ୍ପ୍ରଦାୟକୁ ମଜବୁତ କରିବା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଥିଲା |


