କୃଷକ ବିକାଶ ସମବାୟ ସମିତି ନିର୍ବାଚନ : ପାର୍ବତୀ ନାୟକ ଉପସଭାନେତ୍ରୀ ନିର୍ବାଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କୃଷକ ବିକାଶ ସମବାୟ ସମିତିର ମୁଖ୍ୟ କାର୍ଯ୍ୟାଳୟରେ ଉପସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସମାଜସେବୀ ତଥା ନିର୍ଦେଶିକା ପାର୍ବତୀ ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବିକାଶ ତରାଇ ଘୋଷଣା କରିଛନ୍ତି । ସମିତିର ସଭାପତି ପ୍ରମୋଦ ସାହୁ ତାଙ୍କର ପ୍ରସ୍ତାବକ ରହିଥିବା ବେଳେ ନିର୍ଦେଶକ ମହେଶ୍ୱର ଜେନା ସମର୍ଥକ ଥିଲେ । ସମିତିର ଉପସଭାନେତ୍ରୀ ଭାବେ ଶ୍ରୀମତୀ ନାୟକ ନିର୍ବାଚିତ ହୋଇଥିବାରୁ ସଭାପତି ଶ୍ରୀ ସାହୁଙ୍କ ସହ ନିର୍ଦେଶକ ପ୍ରତାପ ସାମଲ, ଅଭୟ ସାମଲ, ରବୀନ୍ଦ୍ର ଧଳଙ୍କ ସମେତ ସମସ୍ତ ନିର୍ଦେଶକ ଏବଂ ଯୁବନେତା ମହେନ୍ଦ୍ର ମିଶ୍ର ଓ ସମାଜସେବୀ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସମିତିର ସମସ୍ତ ନିର୍ଦେଶକଙ୍କୁ ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନିର୍ବାଚନରେ ସମିତିର ସମ୍ପାଦକ ଅରବିନ୍ଦ ସାହୁ, କର୍ମଚାରୀ ବଳଭଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ