ସଞ୍ଜୀବନୀ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ସଞ୍ଜୀବନୀ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତୀୟ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତର୍ଜାତୀୟ ଯୋଗ ବିଶାରଦ ଆଚାର୍ଯ୍ୟ ପ୍ରିୟକ୍ରିଷ୍ଣାନନ୍ଦଙ୍କ ଦ୍ୱାରା ଆତ୍ମ ରୁପାନ୍ତରୀକରଣ ପାଇଁ ସାଧନା ବିଜ୍ଞାନ ସମ୍ପର୍କରେ ଉପସ୍ଥିତ ସଞ୍ଜୀବନୀ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମାମାନଙ୍କୁ ସଚେତନତା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟ ପ୍ରିୟକ୍ରିଷ୍ଣାନନ୍ଦ ତାଙ୍କ ବକ୍ତବ୍ୟରେ ମନୁଷ୍ୟ ଶରୀରର ଷଡଚକ୍ର, ମନ ଓ ଶରୀର ଉପରେ ଆଲୋକପାତ କରିଥିଲେ । ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମାମାନଙ୍କ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନ ଓ କୈାଶିକ ଯୋଗ ଉପରେ ଧାରଣା ଦେବା ସହ ଏହା କିପରି କାର୍ଯ୍ୟରେ ପରିଣତ ହେବ ସେ ସମ୍ପର୍କରେ ଧାରଣା ଦେବା ସହ କୈାଶିକ ଯୋଗ କରାଇଥିଲେ । ଏହାପରେ ଯୋଗ କଳାଂଶକୁ ବିରାମ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସମେତ ସଂଯୋଜକ ଆଚାର୍ଯ୍ୟ କାହ୍ନୁ ଚରଣ ବେହେରା ଓ କେନ୍ଦ୍ରାପଡା ଆନନ୍ଦମାର୍ଗର ଆଚାର୍ଯ୍ୟ ଭି. ଆନନ୍ଦସ୍ୱାମୀ ଯୋଗଦେଇଥିଲେ । ଶେଷରେ ଶାରିରୀକ ଆଚାର୍ଯ୍ୟ ସଦାଶିବ ପଣ୍ଡିତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ