କୃଷିର ଉନ୍ନତି ପାଇଁ ନିଆରା ଢଙ୍ଗରେ କୃଷକଙ୍କୁ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ରକ୍ଷୀ ବାନ୍ଧି ଉତ୍ସାହିତ କରାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସହର ନିକଟସ୍ଥ ରାଣୀପେଣ୍ଠ ଗ୍ରାମର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ସେମାନଙ୍କ ସହ ବିଭିନ୍ନ ଆଲୋଚନା କରିବା ସହ କ୍ଷେତରେ କାର୍ଯ୍ୟରତ କୃଷକମାନଙ୍କୁ ରକ୍ଷାବନ୍ଧନ ଉତ୍ସବରେ ରାକ୍ଷୀବାନ୍ଧି ସମ୍ବର୍ଦ୍ଧନା ଜ୍ଞାପନ କରି ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିଶୁ କଲ୍ୟାଣ ସମିତି ସଦସ୍ୟ ଅଳକା ସାହୁ, ସମ୍ମାନିତ ଅତିଥି ଭାବେ ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର କୃଷକମାନଙ୍କୁ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଦେଶକୁ ଖାଦ୍ୟ ଯୋଗାଇ ଆସୁଥିବା କୃଷକମାନଙ୍କୁ ଚନ୍ଦନ, ସିନ୍ଦୁର, ପୁଷ୍ପ ଓ ଉପଢୈକନ ଦେଇ ହୁଳହୁଳି ମାଧ୍ୟମରେ ସେମାନଙ୍କୁ ବନ୍ଦାପନା କରି ମିଷ୍ଠାନ୍ନ, ବିସ୍କୁଟ ଓ ଓଆର୍‌ଏସ୍‌, ମାସ୍କ ବଣ୍ଟନ ସହ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଦେଇ ସେମାନଙ୍କର ଦୀର୍ଘାୟୁ କାମନା କରିଥିଲେ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ଆହାର ଯୋଗାଇ ଆସୁଥିବା କୃଷ୍କ ହିଁ ପ୍ରକୃତରେ ଦେଶ ରକ୍ଷକ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆରା ଢଙ୍ଗରେ “ଆକାଂକ୍ଷା” ଏହି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାରୀ ଟହଲ, ଉପସଭାନେତ୍ରୀ ଅନୀତା ମିଶ୍ର, ଉପଦେଷ୍ଠା ସ୍ୱର୍ଣ୍ଣ ପ୍ରଭା ପାଠୀ, ମମତା ପାଢୀ, ଉଷାରାଣୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ