କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ କୃଷି ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷିର ବିକାଶ ହେଲେ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ । ଏଥିସହିତ ବିଧାୟକ ଶ୍ରୀ ବେହେରା ଅକ୍ଷିମୁଠି ବୁଣି ଶୁଭ ଅନୁକୂଳ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ରଶ୍ମି ରଞ୍ଜନ ରାଉତ, ମଧୁଚ୍ଛନ୍ଦା ମହାନ୍ତି, ଲିଲିତା ଦାସ, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ବରିଷ୍ଠ ରାଜନେତା ଭଜକୃଷ୍ଣ ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କିଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ କନ୍ଦ ଜେନା, ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ଆଶୋକ କୁମାର ସାମଲ, ‘ଆତ୍ମା’ର ଉପପ୍ରକଳ୍ପ ନିର୍ଦ୍ଦେଶକ ମନୋରଞ୍ଜନ ରାଉଳ, ଜିଲ୍ଲା କୃଷି କାର୍ଯ୍ୟାଳୟର ଯୋଜନା ଅଧିକାରୀ ପ୍ରଦୀପ୍ତ ଘୋଷ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ. ସୂର୍ଯ୍ୟ ନାରାୟଣ ମିଶ୍ର, ଉଦ୍ୟାନ କୃଷି ବିଭାଗ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର, କୃଷି ବିଭାଗର କାର୍ଯ୍ୟକ୍ରମ ସହାୟକ ପ୍ରଭାତ କୁମାର ସାହୁ, ମତ୍ସ୍ୟ ବିଭାଗ ବୈଜ୍ଞାନିକ ମାନସ ରଞ୍ଜନ ବେହେରା ଓ ମାତୃପ୍ରସାଦ ମହାନ୍ତି ପ୍ରମୁଖ ଉତ୍ସବରେ ଯୋଗଦେଇ ଚାଷୀମାନଙ୍କୁ କିଭଳି ଧାନ ଚାଷଠାରୁ ଆରମ୍ଭ କରି ମାଛ, ପନିପରିବା ଏବଂ ଅନ୍ୟାନ୍ୟ ଚାଷ ସମ୍ପର୍କରେ ବୁଝାଇଥିଲେ । ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ଗୃହବିଜ୍ଞାନ ବିଭାଗର ବୈଜ୍ଞାନିକନମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


