କେନାଲକୁ ଖସିପଡ଼ିଲା କାର୍
ବାଲିପାଟଣା (ଯୁଗାଦ୍ଧ ନ୍ୟୁଜ)): ବାଳକାଟି ନିକଟ ପୁରୀ ମେନ୍ କେନାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଫିସ ନିକଟଷର ଏକ କାର୍କୁ ଚାଳକ କେନାଲ ବନ୍ଧରେ ରଖି ଧୋଉଥିଲେ । କିନ୍ତୁ ସେହି ସମୟରେ ହଠାତ୍ କାର୍ଟି କେନାଲ ମଧ୍ୟକୁ ଗଡ଼ି ପାଣି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା । ଦମ୍କଳ ବାହିନୀ ପହଞ୍ଚି ଗାଡ଼ିଟିକୁ ପାଣିରୁ ଉଦ୍ଧାର କରିଛି ।