କେନାଲ ପାଣି ବନ୍ଦ ପାଇଁ ଦାବୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସଂପ୍ରତି ଖରିଫ ଧାନ ଚାଷ କରିଥିବା ଚାଷୀ ଭାଇମାନେ ଶସ୍ୟ ଅମଳ ପାଇଁ ସଜବାଜ ହେଲେଣି । ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଅଧିନ ପ୍ରାୟ ୧୭ ହଜାର ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ଖରିପ ଧାନ ଚାଷ ହୋଇଛି । ଆଖୁଆପଦା ଓ ଶାଳଣିଆ ଜଳ ସମ୍ପଦ ବିଭାଗ ଅଧୀନରେ ସମସ୍ତ ଚାଷ ଜମି ଥିବା ବେଳେ ଏବେ ସୁଦ୍ଧା କେନାଲ ପାଣି ବନ୍ଦ ହୋଇନଥିବା ରୁ ଚାଷୀ ମାନେ ଚିନ୍ତା ରେ ପଡିଯାଇଛନ୍ତି । ସାଧାରଣତଃ ବର୍ତମାନ ସହଳ କିସମ ସ୍ଵଣ୍ଣ ସହିତ ଅନ୍ୟାନ୍ୟ ଧାନ ପାଚିଯାଇଛି । ଚାଷୀ ଭାଇମାନେ ସେଗୁଡ଼ିକୁ ଅମଳ ପାଇଁ ଵ୍ୟଗ୍ର ଥିବା ବେଳେ କେନାଲ ପାଣି ପାଚିଲା ଧାନ କ୍ଷେତରେ ମାଡିଯିଵାରୁ ଘୋର ଅସୁବିଧା ସୃଷ୍ଟି ହେଉଛି । ଏପରି ସ୍ଥଳେ ତିନି ନମ୍ବର ହାଇଲେବୁଲ କେନାଲ ପାଣି ସହିତ ଅନ୍ୟାନ୍ୟ କେନାଲର ପାଣି ବନ୍ଦ ପାଇଁ ଚାଷୀ ମାନେ ଦାବି କରିଛନ୍ତି ।


