କେନ୍ଦ୍ରାପଡାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶ୍ୱ ଦିବ୍ୟ ଜୀବନ ସଂଘର ସ୍ରଷ୍ଠା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ଉତ୍ସବ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମଦ୍ ଭାଗବତ ପାରାୟଣ, ଗୀତା ପ୍ରବଚନ, ରାମ ଚରିତ ମାନସ ପାରାୟଣ, ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ନାମ ସଂକୀର୍ତ୍ତନ, ନାମଯଜ୍ଞ, ରୁଦ୍ରାଭିଷେକ, ଦରିଦ୍ର ନାରାୟଣ ସେବା, ସ୍ୱାସ୍ଥ୍ୟସେବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଯୋଗ ପ୍ରତିଯୋଗୀତା ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଶିବାନନ୍ଦ ଜୟନ୍ତୀ ଠାରୁ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଏକ ଅଧ୍ୟାମିôକ ପକ୍ଷ ଶ୍ରୀମା’ଙ୍କ ପତ୍ୟକ୍ଷ ତତ୍ୱାବଧାନରେ ପାଳନ କରାଯାଇଥିଲା । ଶନିବାର ଚିଦାନନ୍ଦ ଜୟନ୍ତୀ ଉପଲକ୍ଷେ ପ୍ରାତ ସତ୍‌ସଙ୍ଗ, ନଗର ପରିକ୍ରମା, ଦେବାଳୟରେ ପୂଜାର୍ଚ୍ଚନା ପରେ ଗୁରୁଦେବଙ୍କ ପାଦପୂଜା କରାଯାଇଥିଲା । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଭାଗବତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ. ନିରଞ୍ଜନ ରଥ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୀବନା ଦର୍ଶନ ଓ ମାନବ ସମାଜକୁ ତାଙ୍କର ଦିଗ୍‌ଦର୍ଶନ ଉପରେ ଆଲୋକପାତ କରିଥିଲେ । ଶ୍ରୀମା’ ଶ୍ରଦ୍ଧାଳୁମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଫେସର ବିଜୟ କୁମାର ସ୍ୱାଇଁ, ଆଶ୍ରମର ପ୍ରତିଷ୍ଠାତା ହେମନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ସନ୍ଥ ଓ ସନ୍ୟାସୀ ଭାବରେ ସମାଜର ହିତ ସାଧନ ପାଇଁ ସର୍ବଦା ପ୍ରୟାସ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷାବୀତ ଡଃ. ଭାଗ୍ୟଧର ସାହୁ, ଡଃ. କାଳିପ୍ରସନ୍ନ ଶତପଥୀ ଓ ଇଶ୍ୱର ଚନ୍ଦ୍ର ସାହୁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଯଥାକ୍ରମେ ଶ୍ରୀବଳଦେବ, ତୁଳସୀକ୍ଷେତ୍ର ଏବଂ ମହାତ୍ମାଗାନ୍ଧୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ମଞ୍ଚ ପରିଚାଳନା କରିଥିଲେ । ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ସୁଶିଲ ସୂତାର, ସୈାଭାଗିନୀ ମହାପାତ୍ର, ଇନ୍ଦ୍ରମଣୀ ପଣ୍ଡା, ଗୋଲେଖ ବରାଳ, ସରୋଜକାନ୍ତ ସାହୁ, ଆଲୋକ ମଲ୍ଲିକ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅଧ୍ୟାପକ ଅଜୟ ସାମଲ, ବାସୁଦେବ ଦାସ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡଃ.ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଧ୍ରୀତିରଞ୍ଜନ ବାରିକ, ଶରତ ବରାଳ, ନଳିନୀ ମହାନ୍ତି, ଦୁର୍ଗା ଚରଣ ସ୍ୱାଇଁ, ଗଣେଶ ଦାସ, ସୁଦର୍ଶନ ମହାନ୍ତି, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, ଅନନ୍ତ ଲେଙ୍କା, ଦେବେନ୍ଦ୍ର ନାଥ ସାମନ୍ତ, ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ପ୍ରଭାତ ପରିଡା, ଶରତ ପାତ୍ର, ନିଆଳି ଦିବ୍ୟଜୀବନ ପାଠଚକ୍ରର ସମସ୍ତ ସଦସ୍ୟ, ଆଳିଜଙ୍ଗା ଶିବାନନ୍ଦ ମାତ୍ତୃ ଚେତନା ସଙ୍ଘର ସମସ୍ତ ସଦସ୍ୟା, ପିଙ୍ଗଳ ଶିବାନନ୍ଦ ଆଶ୍ରମର ବୈଷ୍ଣବ ବେହେରା, ଚାରିନଙ୍ଗଳ ମାତ୍ତୃଚେତନା ସଙ୍ଘର ସଦସ୍ୟା, ଶ୍ରୀଧର ରାଉତ, ଗଗନ ସିଂ, ସୁନାକର ରାଉତ, ରାମଚନ୍ଦ୍ର ସାହୁ, ରବିନାରାୟଣ ମହାପାତ୍ର, ଶୈଳଜାଶଙ୍କର ସାମଲ, ଶରତ ରଥ, ଦୈା୍ରପଦୀ ରାଉତ, ଶିବାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମଚାରୀ ନୃସିଂହ ଦାସଙ୍କ ତତ୍ୱାବଧାନରେ ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ