କେନ୍ଦ୍ରାପଡା ଜିଲ୍ଲାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅହିଂସା ରଥ ୧ ଓ ୨ ଶନିବାର କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ଦିବସ ୨୪ତାରିଖରେ କେନ୍ଦ୍ରାପଡାର ୫ଟି ବ୍ଲକ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରିକ୍ରମା କରୁଛି । ଅହିଂସା ରଥ-୧ ପଟ୍ଟାମୁଣ୍ଡାଇ ବ୍ଲକର ଏମ୍‌.ଏନ୍‌. ହାଇସ୍କୁଲ ଓ ପି.ଏଲ୍‌. ବିଦ୍ୟାପୀଠରେ ଭିଡିଓ ପ୍ରଦର୍ଶନ କରିବା ସହ ଅହିଂସା ନୀତି ଓ ଗାନ୍ଧୀବାଦୀ ନୀତିର ପ୍ରଚାର ପ୍ରସାର କରିବା ପରେ ରାଜନଗର ବ୍ଲକର ଏସ.ବି. ଗୋପାଳପୁରର ଗାନ୍ଧୀ ପାର୍କ, ରାଜନଗର ହାଇସ୍କୁଲ, ମହିସାସୁର ଓ ହାତିନା ଗ୍ରାମ ପଞ୍ଚାୟତ ଅଫିସରେ ଭିଡିଓ ପ୍ରଦର୍ଶନ କରିବା ସହ ରାଜନଗର ହାଇସ୍କୁଲର ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ବ୍ଲକ ପ୍ରଶାସନର ଅଧିକାରୀ ଯଥା ବିଡିଓ, ବ୍ଲକର ଅଧ୍ୟକ୍ଷ/ ଉପାଧ୍ୟକ୍ଷ ଓ ସ୍କୁଲର ପିଲାମାନେ ଯୋଗ ଦେଇଥିଲେ । ଅହିଂସା ରଥ-୧ ରାଜନଗରରୁ କାର୍ଯ୍ୟକ୍ରମ ସାରି ମହାକାଳପଡା ବ୍ଲକ ପରିସରରେ ରାତ୍ର ରହଣି କରିବ । ସେହିପରି ଅହିଂସା ରଥ-୨ କେନ୍ଦ୍ରାପଡା ବ୍ଲକ ପରିସରରେ ପ୍ରାତଃ ୮ଘଟିକା ସମୟରେ ବାହାରି ଗରଦପୁର, ମାର୍ଶାଘାଇ, ମହାକାଳପଡା ବ୍ଲକର ଯଥାକ୍ରମେ ଜୟରାମ ହାଇସ୍କୁଲ, କୋରୁଆ, ମାହାଳ, ଗରଦପୁର ବ୍ଲକ ପରିସର, ମାର୍ଶାଘାଇ କଲେଜ, ମହାକାଳପଡା ବ୍ଲକ ପରିସର, ଏଲିବୁଲା ଛକ, ଛପାଲି ବଜାର, ରାମନଗର ବଜାରରେ ଭଡିଓ ପ୍ରଦର୍ଶନ ଓ ଗାନ୍ଧୀନୀତିର ପ୍ରଚାର ଓ ପ୍ରସାର କରିଛି । ଏହାପରେ ଅହିଂସା ରଥ-୨ ମହାକାଳପଡା ବ୍ଲକ ପରିସରରେ ରାତ୍ର ରହଣି କରିବ । ରବିବାର ୨୫ତାରିଖ ସକାଳ ୯ଟା ସମୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଭୁତମୁଣ୍ଡାଇଠାରେ କେନ୍ଦ୍ରାପଡା ଜିଲ୍ଲା ପ୍ରସାସନ ଦ୍ୱାରା ରଥ ପ୍ରଦାନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ