କେନ୍ଦ୍ରାପଡା କଲେଜରେ ସଫ୍ଟୱୟାର ସ୍ପୋକନ ଟ୍ୟୁଟୋରିଆଲ କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ମିଶନ ପକ୍ଷରୁ ସୂଚନା ଏବଂ ବୈଷୟିକ ଯୋଗାଯୋଗ ମାଧ୍ୟମରେ ବମ୍ବେ ଆଇ.ଆଇ.ଟି.ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ଆର.ଆଇ.ଟି.ଏମ.ସି.ଏ.ବିଭାଗର ମୁଖ୍ୟ ପ୍ରଫେସର ସୁନିଲ କୁମାର ନାହାକ ରିସୋର୍ସପରସନ ଭାବରେ ଯୋଗଦେଇ “ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ”ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି “ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ”ରେ ଜଣେ ଛାତ୍ର କିମ୍ବା ଛାତ୍ରୀ ନିଜର ନାମ ପଞ୍ଜିକରଣ କରି ସି, ସି++,ଜାଭା,ଲିନକ୍ସ,ପାଇଥନ,ସାଇଲାବ ଭଳି କମ୍ପ୍ୟୁଟର ପାଟ୍ୟକ୍ରମ କୋର୍ସ ଶେଷ କରି ପରୀକ୍ଷା ଦେଇ ପାସ କଲାପରେ ଆଇ.ଆଇ.ଟି.ବମ୍ବେ ପ୍ରଦତ୍ତ ସାର୍ଟିଫିକେଟ ପାଇପାରିବେ ବୋଲି ପ୍ରଫେସର ନାହାକ ସୁଚନା ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ କମ୍ପ୍ୟୁଟର ବର୍ତ୍ତମାନ ଆମ ଜୀବନର ଏକ ଅଂଶ ବିଶେଷ ହୋଇଯାଇଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ମିଶନ ପକ୍ଷରୁ ବମ୍ବେ ଆଇ.ଆଇ.ଟି.ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ଏହି ପ୍ରୋଗ୍ରାମ ମାଧ୍ୟମରେ ଆମ କଲେଜର ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ ସଂପ୍ରସାରିତ ଓ ଅଭିବୃଦ୍ଧି ହୋଇପାରିବ । ଏହା ସେମାନଙ୍କ ପାଇଁ ସୁଯୋଗ । ଏହି ସୁଯୋଗର ସୁବିନିଯୋଗ କରିପାରିଲେ ସେମାନେ ସଫଳ ହୋଇପାରିବେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚରଣ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ପୂର୍ବାଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ତଥା ପ୍ରଫେସର ଆନନ୍ଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମନୋରଞ୍ଜନ ମିଶ୍ର,ଡଃ.ଜ୍ଞାନୀନ୍ଦ୍ର ଦାଶ,ରଞ୍ଜିତ କୁମାର ଦାସ,ଡଃ.ପ୍ରଭାକର ମଲ୍ଲିକଙ୍କ ସମେତ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ