କେନ୍ଦ୍ରାପଡା ଛାଡିଲେ କବି ଋତୁରାଜ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ କେନ୍ଦ୍ରାପଡା ସହର ଉଠୁଥିବା ପଡୁଥିବା ବେଳେ ଯୁବ କବି ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ବଦଳି ଆଉ ଏକ ଆନନ୍ଦର କେନ୍ଦ୍ରବିନ୍ଦୁ ପାଲଟିଛି । ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ତ୍ରାହି ତ୍ରାହି ଡାକୁଥିବା କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ ଟିକିଏ ଆସ୍ୱସ୍ତି ମିଳିଛିି । କେନ୍ଦ୍ରାପଡା ଜିଲ୍ଲା ପ୍ରତିଷ୍ଠା ୩୧ବର୍ଷ ପୁରଣ କରିବାକୁ ଯାଉଥିବା ବେଳେ ହାତ ଗଣତି ୫ରୁ ୬ଜଣ ଆଇଏଏସ ଆଠ ବର୍ଷ ପାଇଁ ଜିଲ୍ଲାପାଳ ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି । ତିନି ଜଣ ଆଇଏଏସ ପ୍ରଦୀପ ଜେନା, ସମର୍ଥ ବର୍ମା ଓ ରେଘୁ ଜୀଙ୍କ କାର୍ଯ୍ୟାବଳୀ ଏବେ ବି କେନ୍ଦ୍ରାପଡା ଜିଲ୍ଲାର ଜନମାନସରେ ଜୀବିତ ରହିଛି । ତେବେ କବିତା ଲେଖି ମସ୍‌ଗୁଲ ରହୁଥିବା ଆଇଏଏସ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ କେହିବି ଭୂଲିପାରିବେ ନାହିଁ । ସାଧାରଣ ଜନତାଙ୍କୁ ଭେଟିବାକୁ ଭୟ କରୁଥିବା ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଦ୍ୱାର ସାହିତ୍ୟିକ ମାନଙ୍କ ପାଇଁ ସଦା ସର୍ବଦା ଉନ୍ମୁକ୍ତ ଥିଲା । ଏପରିକି ସେ ସରକାରୀ ଦଳର ନେତାମାନଙ୍କୁ ଖାତିରି କରୁ ନଥିଲେ । ତାଙ୍କ ବଦଳି ଜନସାଧାରଣଙ୍କୁ ଯେତିକି ଖୁସି କରିଛି ତତୋଧିକ ବିଜେଡି ଜନନେତାଙ୍କୁ ଖୁସି କରିଛି । ବିଗତ ତିନି ବର୍ଷରେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ଅନେକ ପଛକୁ ଚାଲିଯାଇଛି । ଅନେକ ପ୍ରକଳ୍ପ ନିମ୍ନମାନର ହୋଇଥିବା ବେଳେ କେତେକ ପ୍ରକଳ୍ପ ଅଧା ଗଢା ହୋଇ ପଡିରହିଛି । ସରକାରୀ ଜମିର ଅନେକ ଅଂଶ ଅସାଧୁ ଲୋକଙ୍କ କବ୍‌ଜାକୁ ଚାଲିଯାଇଛି । ଏଥିପ୍ରତି ଜିଲ୍ଲାପାଳ ଋତୁରାଜ ନଜର ନ ଦେବା ଘଟଣା ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କୁ କଷ୍ଟ ଦେଇଛି । ତେବେ ଏହି ଅଯୋଗ୍ୟ ଜିଲ୍ଲାପାଳ କିଭଳି ଏହି ଜିଲ୍ଲାରୁ ବଦଳି ହେବେ ସେଥିପାଇଁ ଜିଲ୍ଲାବାସୀ ଅନେଇ ବସିଥିଲେ । ଆଜି ତାଙ୍କର ବଦଳି ନିର୍ଦେଶ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ଫୁଟିଥିବାର ଦେଖାଯାଇଥିଲା ବେଳେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ