କେନ୍ଦ୍ରାପଡା ଜଳସେଚନ ସବଡିଭିଜନରେ ସହକାରୀ ଯନ୍ତ୍ରୀ ରହୁନଥିବା ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧିନ କେନ୍ଦ୍ରାପଡା ଜଳସେଚନ ସବଡିଭିଜନ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀଙ୍କ ସମେତ କୈାଣସି କର୍ମଚାରୀ ରହୁନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ପାଣି ପଂଚାୟତର କର୍ମକର୍ତ୍ତା ଓ ସଦସ୍ୟମାନେ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରାପଡା ଜଳସେଚନ ସବଡିଭିଜନ କାର୍ଯ୍ୟାଳୟକୁ ବାରମ୍ବାର ଆସି କାହାକୁ ନପାଇ ଫେରୁଥିବା ଅଭିଯୋଗ ହୋଇଛି । କେବଳ ଜଣେ ଖଲାସିକୁ ଛାଡି ଦେଲେ ଆଉ କୈାଣସି ଅଧିକାରୀ ବା କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି । ଚାଷୀମାନଙ୍କ ଜଳ ଯୋଗାଣ ଜନିତ ସମସ୍ୟା ପାଇଁ ଆସୁଥିବା ପାଣି ପଂଚାୟତର କର୍ମକର୍ତ୍ତାମାନେ ଏବଂ ଚାଷୀମାନେ ମଧ୍ୟ ବାରମ୍ବାର କାର୍ଯ୍ୟାଳୟକୁ ଆସି ଫେରିବା ସରକାରଙ୍କ ୫-ଟି ଆଇନକୁ ବିରୁଦ୍ଧାଚରଣ କରୁଛି । ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରାଯାଇଛି ।


