କେନ୍ଦ୍ରାପଡା ଜିଲ୍ଲାରୁ ୨ କରୋନା ସଂକ୍ରମିତ ଚିହ୍ନଟ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟର ୧୭୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ମାତ୍ର ୨ଜଣ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଉଦ୍ଦିଷ୍ଟ ନିୟମକୁ ଜିଲ୍ଲାର ଜନସାଧାରଣଙ୍କ ଦ୍ୱାରା ପାଳନ ଯୋଗୁଁ ସମ୍ଭବ ହୋଇପାରିଛି । ଜିଲ୍ଲାକୁ ବିଦେଶରୁ ତଥା ବାହାର ରାଜ୍ୟରୁ ବହୁ ସଂଖ୍ୟକ ବ୍ୟକ୍ତି ଆସିଥିଲେ ମଧ୍ୟ ଅନ୍ୟ ଜିଲ୍ଲା ତୁଳନାରେ କେନ୍ଦ୍ରାପଡା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବହୁ କମ ରହିଛି । ଆଗାମି ଦିନରେ ଜିଲ୍ଲାକୁ କରୋନା ସଂକ୍ରମଣ ଶୁନ୍ୟ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି । ଜିଲ୍ଲାବାସୀ କରୋନା ପ୍ରତିହତ ପାଇଁ ଉଦ୍ଦିଷ୍ଟ ନୀୟମାବଳିକୁ ଅନୁପାଳନ କଲେ ନିଶ୍ଚିତ ରୂପେ ଜିଲ୍ଲା କରୋନା ମୁକ୍ତ ହୋଇପାରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ