କ୍ଷୀପ୍ର ଗତିରେ ରେଡ଼ ଜୋନରୁ ଗ୍ରୀନ ଜୋନରେ ପରିବର୍ତ୍ତିତ ହେଉଛି ଗଂଜାମ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆଜି ବ୍ରହ୍ମପୁର ଟାଉନ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଜିଲ୍ଲାରେ ଆରମ୍ଭ କରାଯାଇଥିବାପ୍ଲାଜମା ଥେରାପି ଯୋଗୁଁ ଅତି ଗୁରୁତ୍ଵପୂର୍ଣ୍ଣ ଅବସ୍ଥା ଥିବା ସଂକ୍ରମିତ ବ୍ୟକ୍ତି ଅତିଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ଅବଗତ କରାଇଛନ୍ତି।ଏହାସହ ଏଯାବତ ୯ ଜଣଙ୍କ ପ୍ଲାଜମା ଥେରାପି ଚିକିତ୍ସା କରାଗଲାଣି।ଜିଲ୍ଲାରେ ସଂକ୍ରମିତ ହୋଇଥିବା କୋଭିଡ ଯୋଦ୍ଧା ଏକ ହଜାରରୁ ଉର୍ଦ୍ଧ୍ଵ ସୁସ୍ଥ ହୋଇ ସେମାନଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଗତକାଲି ସୁଦ୍ଧା ଜିଲ୍ଲାରେ ୫୯୪୬୪ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୧୨୩୫୯ ବ୍ୟକ୍ତିଙ୍କର ପଜିଟିଭ ବାହାରିଛି ଏବଂ ୮୯୧୧ ଜଣ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି।୩୩୨୮ଟି ଆକ୍ଟିଭ କେଶ ରହିଛି ଏବଂ ସେଥିମଧ୍ୟରୁ ୧୨୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ୧୪୫୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ତନ୍ମଧ୍ୟରୁ ୯୧୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୫୧୨ ଜଣ ଆକ୍ଟିଭ କେଶରେ ରହିଛନ୍ତି ଓ ୨୧ ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ଏଯାବତ ୨୭୨୧ଟି ଗ୍ରାମ ଗ୍ରୀନ ଜୋନରେ ଥିବାବେଳେ ୭୧୪ଟି ଗ୍ରାମ ରେଡ଼ ଜୋନରେ ରହିଛି।କ୍ଷୀପ୍ର ଗତିରେ ରେଡ଼ ଜୋନରୁ ଗ୍ରୀନ ଜୋନରେ ପରିବର୍ତ୍ତିତ ହେଉଛି।ଜିଲ୍ଲାରେ ସ୍ବାବ ଟେଷ୍ଟ ବଢିଥିବା ହେତୁ ସଂକ୍ରମଣ ସଂଖ୍ୟା ମଧ୍ୟ କମିଛି। ଆଜିଠାରୁ ଗ୍ରାମାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି।ଏହି କାର୍ଯ୍ୟ ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ।ଏଯାବତ ଜିଲ୍ଲାରେ ୫୯୧ ଜଣ କୋଭିଡ ଯୋଦ୍ଧା ଥିବାବେଳେ ୪୭୨ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବା ନିମନ୍ତେ ପ୍ରସ୍ତୁତ ଥିବା ସୂଚନା ମିଳିଛି।ଜିଲ୍ଲାରେ କରୋନା ସଂକ୍ରମଣ ଚିକିତ୍ସା ନିମନ୍ତେ ଔଷଧ ଓ ଅକ୍ସିଜେନର ଅଭାବ ନାହିଁ, ଆମ୍ବୁଲେନ୍ସ ସେବା ଯୋଗେଇ ଦେବାରୁ ବିଶେଷ ଅସୁବିଧା ନାହିଁ।ଟାଟା ମେଡିକାଲରେ ରୋଗୀସେବା ଗୃହରେ ସି ସି ଟିଭି ଲଗାଯାଇ ସାରିଛି ଏବଂ ଅନ୍ୟ ଦୁଇଟି ମେଡିକାଲରେ ମଧ୍ୟ ଖୁବଶୀଘ୍ର ସି ସି ଟିଭି ଲଗେଇବାର ବ୍ୟବସ୍ଥା ରହିଛି।ଅଗଷ୍ଟ ମାସଟି ଜିଲ୍ଲାବାସୀଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ଅତି ଜରୁରୀ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ।ଯେଉଁମାନେ ବାହାରକୁ ଯାଉଛନ୍ତି ମାସ୍କ, ସାନିଟାଇଜର ଓ ଗ୍ଲୋବ୍‌ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖୀବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ|ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଗାମୀ ବୁଧବାର କିମ୍ବା ଗୁରୁବାର ଦିନଠାରୁ ଘରଠୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଆରମ୍ଭ କରାଯିବ ବୋଲି କହିଥିଲେ।ଯେଉଁସବୁ ଦୋକାନ ଖୋଲା ଯାଉଛି ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ବ୍ୟବହାର କରିବା ଏବଂ ପଞ୍ଚସୂତ୍ର ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।ସାମ୍ବାଦିକଙ୍କ ଠାରେ କିଛି କରୋନା ସଂକ୍ରମଣ ଲକ୍ଷଣ ଦେଖାଗଲେ ସେମାନେ ନିଜର ସ୍ଵାବ ପରୀକ୍ଷା କରିନିଅନ୍ତୁ ବୋଲି କହିଥିଲେ।ଏହି ସମ୍ମିଳନୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ