କେନ୍ଦ୍ରାପଡା ବ୍ଲକର ୪୭ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକର ୪୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରିଦିଆଯାଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦେଶନାମା ନମ୍ବର ୧୮୭୫ ତା ୫.୧୧.୨୦୨୦ରିଖ ଅନୁଯାଇ ଏବଂ ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି ନମ୍ବର ୭୩୦୬ ତା ୨୯.୧୦.୨୦୨୦ରିଖ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଯେଉଁ ପ୍ରାଥମିକ ବିଦ୍ୟାଳୟ ବା ସାଟେଲାଇଟ ସ୍କୁଲରେ ୨୦ କିମ୍ବା ତା ଠାରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଅଛନ୍ତି ସେହି ସ୍କୁଲ ଗୁଡିକୁ ନିକଟସ୍ଥ ୧କିଲୋମିଟର ଦ୍ୱରତା ମଧ୍ୟରେ ଥିବା ଅନ୍ୟ ଅଗ୍ରଣୀ ସ୍କୁଲ ସହିତ ମିଶାଇ ଦିଆଯାଇଛି । ସେହି ସ୍କୁଲ ଗୁଡିକ ହେଉଛି ବାଲିପଡିଆ ପ୍ରାଥମିକ ସ୍କୁଲକୁ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ସ୍କୁଲ ସହିତ ମିଶାଇ ଦିଆଯାଇଥିବା ବେଳେ ଚଣ୍ଡିଦେବୀ ହରିଜନସାହି ପ୍ରକଳ୍ପ ପ୍ରାତମିକ ସ୍କୁଲକୁ ଇନ୍ଦୁପୁର ବାଳିକା ହାଇସ୍କୁଲ ସହିତ, ଦକ୍ଷିଣ ପ୍ରାଥମିକ ସ୍କୁଲକୁ ତମାଳ ଶାସନ ବନ୍ଧସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲ ସହ, ଗଣ୍ଡାଖିଆ ପ୍ରାଥମିକ ସ୍କୁଲକୁ ଗୋବରୀ ହାଇସ୍କୁଲ ସହ, ଜଂଟିଲୋ ପ୍ରାଥମିକ ସ୍କୁଲକୁ ବଡଗାଁ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, କଣିପଡା ପ୍ରାଥମିକ ସ୍କୁଲକୁ ନେମ୍ବରା ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, କେଉଟଗଡ ପ୍ରାଥମିକ ସ୍କୁଲକୁ ବାଲିଗୋଠ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ଖମାରକେଶପୁର ପ୍ରାଥମିକ ସ୍କୁଲକୁ ଜଜାଙ୍ଗ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ନିଳିକଣା ପ୍ରାଥମିକ ସ୍କୁଲକୁ ଫୋରଡ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ଓସ୍ତପୁର ପ୍ରାଥମିକ ସ୍କୁଲକୁ କଂସାର ସାହାସପୁର ହାଇସ୍କୁଲ ସହ, ପାଣ୍ଡିରୀ ପ୍ରାଥମିକ ସ୍କୁଲକୁ ରତ୍ନାକର ହାଇସ୍କୁଲ ସହ, ରାମନଗର ପାଟଣା ପ୍ରାଥମିକ ସ୍କୁଲକୁ ଗୁଲନଗର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ସମଲପୁର ପ୍ରାଥମିକ ସ୍କୁଲକୁ ଜଜାଙ୍ଗ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ସାନଗାଁ ପ୍ରାଥମିକ ସ୍କୁଲକୁ ବଡଗାଁ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ସାନପନ୍ତୁରୀ ଅଲୀପୁର ପ୍ରାଥମିକ ସ୍କୁଲକୁ ନପଙ୍ଗ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ସାରଙ୍ଗ ପ୍ରାଥମିକ ସ୍କୁଲକୁ ସରସ୍ୱତୀ ହାଇସ୍କୁଲ ସହ ମିଶ୍ରଣ କରାଯାଇଥିବା ବେଳେ ସେହିପରି ୨୫ ଜଣ କିମ୍ବା ୪୦ଜଣରୁ କମ ଛାତ୍ରଛାତ୍ରୀ ସଂଖ୍ୟା ଥିବା ଅସୁରଡିହା ପ୍ରାଥମିକ ସ୍କୁଲକୁ ତନାର ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ବଡମାଣତିଆ ପ୍ରାଥମିକ ସ୍କୁଲକୁ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ବଳଭଦ୍ରପୁର ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ନାରାୟଣୀ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ବଳିରାଜ ପ୍ରାଥମିକ ସ୍କୁଲକୁ ତୁଣୁପୁର ପ୍ରାଥମିକ ସ୍କୁଲ ସହ, ବଣହରା ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ବାଲିଆ ପ୍ରାକି୍ଟସିଂ ସ୍କୁଲ ସହ, ବସୁପୁର ପ୍ରାଥମିକ ସ୍କୁଲକୁ ଇଙ୍କରଡିଆ ପ୍ରାଥମିକ ସ୍କୁଲ ସହ, ବିଲମୁଗବାଡି ପ୍ରାଥମିକ ସ୍କୁଲକୁ ପଲ୍ଲୀଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ଦକ୍ଷିଣକାଳୀ ପ୍ରାଥମିକ ସ୍କୁଲକୁ ରାଧାଗୋବିନ୍ଦ ବିଦ୍ୟାପୀଠ ସହ, ଗତେଶ୍ୱର ପ୍ରାଥମିକ ବିଦ୍ୟାଳୟକୁ କୋରୋ ପଂଚାୟତ ହାଇସ୍କୁଲ ସହ, ଗୋବର୍ଦ୍ଧନ ବିଦ୍ୟାପୀଠକୁ ଶ୍ୟାମସୁନ୍ଦରପୁର ହାଇସ୍କୁଲ ସହ, ହଳଦିଡିହ ପ୍ରାଥମିକ ସ୍କୁଲକୁ ସରସ୍ୱତୀ ହାଇସ୍କୁଲ ସହ, ହରିଡାଦଣ୍ଡା ପ୍ରାଥମିକ ସ୍କୁଲକୁ କନ୍ତିଆ ଜେ.ବି.ସ୍କୁଲ ସହ, ହାଟପାଟଣା ପ୍ରାଥମିକ ସ୍କୁଲକୁ ବାଘୁଆକେଶପୁର ପ୍ରାଥମିକ ସ୍କୁଲ ସହ, କାନପୁରା ପ୍ରାଥମିକ ସ୍କୁଲକୁ ଇଟିପୁର ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, କଷୋଟି ନାଥସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ରତ୍ନାକର ହାଇସ୍କୁଲ ସହ, ଗୋବିନ୍ଦଜିଉପାଟଣା ପ୍ରାଥମିକ ସ୍କୁଲକୁ ଶ୍ୟାମସୁନ୍ଦରପୁର ହାଇସ୍କୁଲ ସହ, ପଦାଲୋ ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ତରାପୁର ଉଚ୍ଚ ପ୍ରାଥମିକ ସ୍କୁଲ ସହ, ପାରାଚକ ପ୍ରାଥମିକ ସ୍କୁଲକୁ ଶ୍ରୀଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ସୋବଳା ପ୍ରାଥମିକ ସ୍କୁଲକୁ ଗୋଗୁଆ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ତ୍ରିଲୋଚନପୁର ପ୍ରାଥମିକ ସ୍କୁଲକୁ ତରାଣ୍ଡୋ ହାଇସ୍କୁଲ ସହ, ଟୁବିହୁଡା ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ହିନ୍ଦୁଳା ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲ ସହ, ଉଛରପଡା ପ୍ରାଥମିକ ସ୍କୁଲକୁ କୋରୋ-ମିର୍ଜାପୁର ପ୍ରକଳ୍ପ ପ୍ରାଥମିକ ସ୍କୁଲ ସହ, ବଣିଆମାଳ ପ୍ରାଥମିକ ସ୍କୁଲକୁ ପୈାରସଂସ୍ଥା ବାଳିକା ହାଇସ୍କୁଲ ସହ, ହଜାରିବଗିଚା ପ୍ରାଥମିକ ସ୍କୁଲକୁ ଜଇପୁରା ପ୍ରାଥମିକ ସ୍କୁଲ ସହ, ଜେନାପାଟଣା ପ୍ରାଥମିକ ସ୍କୁଲକୁ କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ସ୍କୁଲ ସହ, ବଡବାରଙ୍ଗ ପ୍ରାଥମିକ ସ୍କୁଲକୁ ଇଛାପୁର ପ୍ରାଥମିକ ସ୍କୁଲ ସହ, ଚକଡା ପ୍ରାଥମିକ ସ୍କୁଲକୁ ଟାଉନବଳରାମପୁର ପ୍ରାଥମିକ ସ୍କୁଲ ସହ, ଗୋପ ପ୍ରାଥମିକ ସ୍କୁଲକୁ ଅଯୋଦ୍ଧ୍ୟାନଗର ପ୍ରାଥମିକ ସ୍କୁଲ ସହ, ଇଦଗାପଡିଆ ଉର୍ଦ୍ଦୁ ପ୍ରାଥମିକ ସ୍କୁଲକୁ ଦିଲୱାରପୁର ଉର୍ଦ୍ଦୁ ପ୍ରାଥମିକ ସ୍କୁଲ ସହ, ମଢିଆଳ ପ୍ରାଥମିକ ସ୍କୁଲକୁ ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲ ସହ ଏବଂ ନସଡିପୁର ପ୍ରାଥମିକ ସ୍କୁଲକୁ ବଳଦେବ ହାଇସ୍କୁଲ ସହିତ ମିଶ୍ରଣ କରାଯାଇଛି । ଏଥିସହିତ ସାଟେଲାଇଟ ସ୍କୁଲର ପ୍ରଧାନ ଶିକ୍ଷକମାନେ ସ୍କୁଲର ସମସ୍ତ ଚଳନ୍ତି ସମ୍ପତିକୁ ଅଗ୍ରଣୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରିବା ସହ ସମସ୍ତ ଅଚଳନ୍ତି ସମ୍ପତିକୁ ସଂପୃକ୍ତ ବ୍ଲକର ବିଡିଓ କିମ୍ବା ପୈାରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଆସନ୍ତା ୯ତାରିଖ ସୁଦ୍ଧା ହସ୍ତାନ୍ତର କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ