କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ତନଖି ବିଭାଗ ପକ୍ଷରୁ ଆଲୋଚନା ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ଯାଞ୍ଚ ବିଭାଗ ଆନୁକୂଲ୍ୟରେ ସୋମବାର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଆଗାମୀ ସ୍ୱୟଂଶାସିତ ଯାଞ୍ଚ କମିଟି ଓ ଶୈକ୍ଷିକ ଯାଞ୍ଚ କମିଟିର ଅନୁଧ୍ୟାନ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ ପାଇଁ ଏହି ବୈଠକରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ଓ ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର କମିଟିମାନ ଗଠନ କରାଯାଇଥିଲା । ଏକାଡେମିକ କମିଟି ଅକ୍ଟୋବରମାସ ଶେଷ ସୁଦ୍ଧା ଏହି କଲେଜକୁ ଆସିବା ଆପାତତଃ ସ୍ଥିର ହୋଇଯାଇଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଅଟୋନୋମି ଟିମର ପରିଦର୍ଶନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସାରିବାକୁ ସ୍ଥିର କରାଯାଇଛି । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ଡଃ. ସେକ ସମସୁର, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପରାମର୍ଶ ଦେଇଥିଲେ । ଅଧ୍ୟାପକ ପ୍ରମୋଦ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ବୈଠକରେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ତପନ କୁମାର ପତି, ଡଃ. ଦେବେନ୍ଦ୍ର ଗୋଛାୟତ, ଡଃ. ଜ୍ଞାନେନ୍ଦ୍ର ଦାଶ, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ସୁଚିସ୍ମିତା ବେହେରା, ଅଧ୍ୟାପିକା ଦିପ୍ତୀରାୟ ଓ ଡଃ. ଦେବକାନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ । ଶେଷରେ ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ