ଆଜାଦ୍ କ୍ଲବର ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଜେଡି କ୍ଲବ ସହ ଇଲେଭେନ ଷ୍ଟାର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ପ୍ରଥମ ସେମିଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୩-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ କେନ୍ଦ୍ରାପଡାର ଇଲେଭେନ ଷ୍ଟାର ଝାଡଖଣ୍ଡର କୋଲହାନ ସକ୍କର ଏକାଡେମୀକୁ ୮-୭ ସଡନଡେଥ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ କେନ୍ଦ୍ରାପଡାର ଇଲେଭେନ ଷ୍ଟାରକୁ ଭେଟିବ। ଏହି ଉପଲକ୍ଷେ ଆଜାଦ୍ କ୍ଲବ ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ସେକ ଲିୟାକତ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ଡାକ୍ତର ସାମୀ ସଲିମ ଏବଂ କୃଷକନେତା ମହମ୍ମଦ ଅନୱାର ଅଲ୍ଲୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାର ଆୟୋଜନ ଫଳରେ କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉପସଭାପତି ମୀର ବକ୍କାଉଲ୍ଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମ୍ୟାଚକୁ ରେଫରୀ ଭାବେ ଶିବାନୀ ରାଜପୁତ, ଦେବଜାନୀ ମଣ୍ଡଳ, ଉମା ବାରୋହୀ ଓ ବନ୍ଦନା ବୋଷ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଚମ୍ପିୟନ ଦଳକୁ ଚମ୍ପିଅନସ୍ ଟ୍ରଫି ସହ ୬୧ହଜାର ଟଙ୍କା ଓ ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ସହ ୪୧ହଜାର ଟଙ୍କା ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ମାଲ୍ଲିକ, ବାସା ଖାଁ, ମତଲୁବ ନୁରାନି ଖାନ, ସେକ ନସିରୁଦ୍ଦିନ, ସେକ ରାଜନ, ସେକ କାମିଲ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ସେକ ନଫିସ ଅହେମ୍ମଦ, ସେକ ସଫାତୁଲ୍ଲା, ସେକ ସିରହାନ ଅଲ୍ଲୀ, ମହମ୍ମଦ ଆୟାଜ, ମହମ୍ମଦ ଆମୀର, ଅବଦୁଲ ମଜିଜ, ମୀର ୟାସିର, ସେକ ପରୱେଜ୍ ଅହେମ୍ମଦ, ଫୁରକାନ ଖାଁ, ଟିକା ଖାନ୍, ସେକ ଅମୀର ଅହେମ୍ମଦ, କଲିମ ଖାନ୍, ନୁର ଖାନ, ସୟଦ ଅହେସାନ ଅଲ୍ଲୀ, ସିପୁନ ଖାନ, ସେକ ବୁରଖାନ, ଆଝାରୁଦ୍ଦିନ ଖାନ, ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ସହଯୋଗ କରିଥିଲେ।


