କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ହେଲା ନିଟ୍ ପ୍ରବେଶିକା ପରୀକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ନିଟ୍ (ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ) ପରୀକ୍ଷା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ ଏହି ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଛନ୍ତି । ଏହି ପରୀକ୍ଷା ଦେବା ପାଇଁ ୮୭୮ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ସେଥିମଧ୍ୟରୁ ୮୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାଶ କେନ୍ଦ୍ରର ଅବଜରଭର ଭାବେ ଦାୟିତ୍ୱ ତୁଲାଇଥିଲେ । ଏ ସଂକ୍ରାନ୍ତରେ ଅବଜରଭର ଡଃ. ଦାଶଙ୍କୁ ପଚାରିବାରୁ ସେ କହିଲେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ପରୀକ୍ଷା କରାଇଥାଏ । ପୂର୍ବରୁ କେନ୍ଦ୍ରାପଡ଼ାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇ ନ ଥିଲା । କିନ୍ତୁ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ମହାବିଦ୍ୟାଳୟରେ ଶୈଖିକ ବାତାବରଣରେ ପରିବର୍ତ୍ତନ ଆସିଛି । ଏଥିସହ ମହାବିଦ୍ୟାଳୟର ମାନ୍ୟତା ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସୀ ନିଟ୍ ପରୀକ୍ଷା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ କରିବା ପାଇଁ ଇଛା ପ୍ରକାଶ କଲେ ବୋଲି ସେ କହିଛନ୍ତି । ପ୍ରଫେସର ବେହେରାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଲେ ଏହା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଖୁସୀର ଖବର । କାରଣ ପୂର୍ବରୁ କେବେହେଲେ କେନ୍ଦ୍ର ସରକାରଙ୍କ ଏଜେନ୍ସୀ ନିଟ୍ ପାରୀକ୍ଷା କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ମହାବିଦ୍ୟାଳୟରେ କରି ନ ଥିଲେ । ହେଲେ ଚଳିତ ବର୍ଷ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏହି ପରୀକ୍ଷା ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଆମ ଜିଲ୍ଲାର ମେଡିକାଲ ପଢିବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଏହିଠାରେ ପ୍ରବେଶିକା ପାରୀକ୍ଷା ଦେବାର ସୁଯୋଗ ପାଇଲେ । ପ୍ରତିବର୍ଷ କିପରି ଏଠାରେ ସେଣ୍ଟର ପଡିବ ସେ ନେଇ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ବୋଲି ପ୍ରଫେସର ବେହେରା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ