କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡ୍ରେସନ ମାନଙ୍କର ଫାଣ୍ଡି ଛକରେ ପଥପ୍ରାନ୍ତ ସଭା
ବାଲେଶ୍ଵର, (ସରୋଜ ପଣ୍ଡା):ସହରର ଫାଣ୍ଡି ଛକ ଠାରେ ମଣିପୁର ଠାରେ ହୋଇଥିବା ହିଂସାର ଦୃଢ଼ ନିନ୍ଦା କରିବା ସହିତ ସେଠାରେ ଶାନ୍ତି ପ୍ରତିଷ୍ଠା ଦାବିକରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡ୍ରେସନ ମାନଙ୍କ ପକ୍ଷରୁ ଏକ ପଥପ୍ରାନ୍ତ ସଭା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶ୍ରମିକ ନେତା ଜୟନ୍ତ ଦାସ,ବିକାଶ ଦାସ,ଅରୁଣ ଜେନା,ନିର୍ମଳ ନାୟକ,ବରିଷ୍ଠ ଆଇନଜୀବି ମନୋଜ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରର ମୋଦି ସରକାର ତୀବ୍ର ନିନ୍ଦା କରିଥିଲେ।ଏଥି ସହିତ ସେଠାରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିଥିଲେ।


