କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ବ୍ଲକ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

ବୁଗୁଡା, (ଅନିଲ କୁମାର ମହାରଣା):ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୧୬ ତାରିଖ ଦିନ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀଙ୍କ ନେତୃତ୍ବରେ ହଜାର ହଜାର ବିଜେଡି ନେତା ଓ କର୍ମୀ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ବୁଗୁଡା ବିଡ଼ିଓଙ୍କ ଜରିଆରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଅତିରିକ୍ତ ୫ କିଲୋ ଚାଉଳ କାଟିବା, ଉଷୁନା ଚାଉଳ କ୍ରୟ ହ୍ରାସ କରିବା, ଶସ୍ଯ କ୍ରୟ ପାଣ୍ଠି ହ୍ରାସ କରିବା ପ୍ରଭୃତି ବିଷୟ ନେଇ ଯେପରି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ତାହାର ପ୍ରତିବାଦ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଳକର ବହୁ ଆଗଧାଡ଼ିର ନେତା ଓ କର୍ମୀଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ବୃନ୍ଦ ପ୍ରତିବାଦ ସଭାରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ