କେରଳ କର୍ଣ୍ଣାଟକ ମହାରାଷ୍ଟ୍ର ରେ ବାତ୍ୟା ପାଇଁଁ ହାଇଆଲର୍ଟ
ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଆରବ ସାଗରରେ ଲଘୁଚାପ ଅବପାତରେ ପରିଣତ ହୋଇ ବାତ୍ୟା ରୁପ ନେଇଛି । ବୁଧବାର ସକାଳେ ଏହା ଉଗ୍ରରୁପ ଧାରଣ କରିବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଅପରାହ୍ନରେ ଏହା ଗୁଜୁରାଟ ଉପକୂଳବର୍ତ୍ତୀ ଛୁଇଁବ ବୋଲି ସୂଚନା ମିଳିଛି । ଏହାକୁ ନଜରରେ ରଖି ସରକାରଙ୍କ ତରଫରୁ କେରଳ ,କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ହାଇଆଲର୍ଟ କରାଯିବା ସହ ସତର୍କ ଅବଲମ୍ବନ କରିବା ନିମନ୍ତେ ନିର୍ଦେଶ ଦିଆଯାଇଛି । ଚଳିତ ମଙ୍ଗଳବାର ଦିନ କେରଳ କର୍ଣ୍ଣାଟକ ,ମହାରାଷ୍ଟ୍ରରେ,ଘଣ୍ଟାକୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିିଥିବାବେଳେ ବୁଧବାର ୭୦ ରୁ ୯୦ ଓ ଗୁରୁବାର ଦିନ ୯୦ ରୁ ୧୧୦ ପବନ ବହିବ ବୋଲି ଆଇଏମଡି ଆକଳନ କରିଛି ।ସମୁଦ୍ର ମଧ୍ୟକୁ ମସ୍ର୍ୟଜୀବି ମାନଙ୍କୁ ଯିବାକୁ ବାରଣ କରାଯାଇଛି ।


