କେସିଙ୍ଗା ପୋଲିସ ର ବଡ ସଫଳତା, ଏକ ବଡ଼ ଧରଣ ର ବାଇକ ଚୋର ଗ୍ୟାଙ୍ଗ କୁ ଠାବ କଲା କେସିଙ୍ଗା ପୋଲିସ

କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ କୁ ଏକ ବଡ ସଫଳତା ମିଳିଛି । ଏକ ବଡ଼ ଧରଣ ର ବାଇକ ଚୋର ଦଳକୁ ଠାବ କରି ଧରିବାରେ ସଫଳ ହୋଇଛି କେସିଙ୍ଗା ପୋଲିସ । ବିଭିନ୍ନ ସମୟରେ ବାଇକ ଗୁଡ଼ିକ ଚୋରି ହେଉଥିବା ନେଇ ବାରମ୍ବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇଅସୁଥିଲା ଜାହାକୁନେଇ କେସିଙ୍ଗା ପୋଲିସ ପାଇଁ ମୁଣ୍ଡ ଦୁଖା ପଲଟିଥିବା ବେଳେ ବାଇକ ଚୋର ଧରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇ ଆଇ ସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା ଏଥିରେ ଅତିରିକ୍ତ ଆଇ ଆଇ ସି ମମତା ହେମ୍ବ୍ରମ, ଏସ ଆଇ ସୋନାଲି ବିଶ୍ଵାଳ ,ଏସ ଆଇ ଲୋରିସ ପ୍ରଧାନ ,ଉତକେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଓ ଅକ୍ଷୟ ପଟନାୟ  କୁ ନେଇ ଏହି ଟିମ ଗଠନ କରି ତଦନ୍ତ ଆରମ୍ବ କରିଥିଲେ ଶେଷରେ କେସିଙ୍ଗା ପୋଲିସ କୁ ବଡ ସଫଳତା ମିଳିଥିଲା ଓ ୫ ବାଇକ ଚୋରକୁ ଗିରଫ କରିବା ରେ ସଫଳ ହୋଇଥିଲେ।ତରଣୀ ସେନ ଭୋଇ (୨୫).ଗଣେଇମୁଣ୍ଡା ତୁଷୁରା, ସୂର୍ଯ୍ୟମଣି ମାଝୀ(୨୩)(ଆଲିଆସ୍ କାନ୍ଧ,ଗୁଂଜେର୍ ମାଲ..ଧ୍ରୁବ ନାଗ(୨୫) ଚାହାଁଭଟା,ଟିଟିଲାଗଡ଼, ପୁରୁଷୋତ୍ତମ ନାଏକ(୩୧),ବିମଳା,ଜୟପଟଣା, ବିପିନ ଖରସେଲ(୨୮) ଥୁଆପଦର,ସଦର ଥାନା ବୋଲି ଜଣାପଡ଼ିଥିବାବେଳେ ସେମାନଙ୍କ ଠାରୁ ୧୮ ଟି ବାଇକ,୩ ଟି ମୋବାଇଲ, ୧ କ୍ୟାମେରା, ୧ ପ୍ରିଣ୍ଟର, ଆଇରନ ରଡ଼, ଖଣ୍ଡା,ସବୁ ଜବତ କରାଯାଇଥିବା ଅତିରିକ୍ତ ଆଇ ଆଇ ସି ମମତା ହେମ୍ବ୍ରମ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ