କେ.ସି. ସ୍ମାରକୀ ଚିତ୍ରକଳା ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉଡ଼ାନ ବ୍ୟାଡ଼ମିଣ୍ଟନ ଏକାଡ଼େମୀର ସ୍ପୋର୍ଟସ୍ କମ୍ପେ୍ଲକ୍ସ ପରିସରରେ ତୃତୀୟ କେ.ସି. ସ୍ମାରକୀ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଗ୍ରୁପ୍‌ର ୫୦ଜଣ ଶିଶୁ ଓ ତରୁଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଉଡ଼ାନ ସ୍ପୋର୍ଟସ୍ ଏକାଡ଼େମୀର ସହଯୋଗିତାରେ ଅନୁଷ୍ଠିତ ଏହି ଚିତ୍ରକଳା ପ୍ରତିଯୋଗିତାର ଥିମ୍ ଥିଲା ‘ଆର୍ଟ ଆଟାକ୍‌-୨୦୨୨’ । ୧୨ବର୍ଷରୁ କମ୍‌, ୧୨ରୁ ୧୫ବର୍ଷ ଏବଂ ୧୫ରୁ ୧୯ବର୍ଷ ତିନୋଟି ବୟସ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବନ୍ୟଜନ୍ତୁ, ପ୍ରକୃତି, ସମୁଦ୍ର, କାର୍ଟୁନ, ଆଦିବାସୀ ଚିତ୍ରକଳା ଆଦି ପ୍ରସଙ୍ଗ ଉପରେ ଚିତ୍ରାଙ୍କନ କରିଥିଲେ । ବିଶିଷ୍ଟ ପରିବେଶବିତ୍ ଓ ଚିତ୍ରାନୁରାଗୀ ଅଶୋକ ସାରଦା, ସମାଜସେବୀ ତଥା ଅବସରପ୍ରାପ୍ତ କମାଣ୍ଡର ଦିନେଶ ସ୍ୱାଇଁ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଚାନ୍ଦିନୀ ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ପ୍ରତିଯୋଗିତାର ସିନୟର ବର୍ଗର୍ରେ ଆଫିପା ପରବେଜ ଏବଂ ପ୍ରିୟଙ୍କା ଗଡ଼ନାୟକ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଥିଲେ । ସେହିପରି ଜୁନିୟର ବର୍ଗରେ ଜଗନ୍ନାଥ ମିଶ୍ର, ସିମୋନୋଭା ସାମଲ ଏବଂ ଶ୍ରେଷ୍ଠା ରୟ ଓ ସାଇ ଓମ୍ ବିଶ୍ୱାଳ ତଥା ସବ୍‌ଜୁନିୟର ବର୍ଗରେ ଦେବବ୍ରତ ବେଉରା, ଶୁଭମ ମଲ୍ଲିକ ଓ ଶ୍ରେୟା ରୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିଶିଷ୍ଟ ସମାଜସେବୀ ତଥା ଚିତ୍ରାନୁରାଗୀ ବଂଶୀଧର ସାରଦା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଅତିଥି ବିଚାରକ ଅଶୋକ ସାରଦା, ମାନବ ଜୀବନରେ କଳାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବବର୍ଷଠାରୁ ଚଳିତବର୍ଷ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାରୁ ଉଡ଼ାନ ସ୍ପୋର୍ଟସ୍ ଏକାଡ଼େମୀ ଏବଂ କେ.ସି. ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷା ଉର୍ମିଳା ମିଶ୍ର ଆନନ୍ଦ ବ୍ୟକ୍ତ କରିବା ସହିତ ଏକାଡ଼େମୀର ଆଗାମୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । କେ.ସି. ମେମୋରିଆଲ ଟ୍ରଷ୍ଟର ଅନ୍ୟତମ କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ