ସେବାଦଳ ସଦ୍ଭାବନା ସମାବେଶରେ କଂଗ୍ରେସ ନେତୃବୃନ୍ଦ ସମ୍ବର୍ଦ୍ଧିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଗତକାଲି ଅନୁଷ୍ଠିତ ସଦ୍ଭାବନା ସମାବେଶରେ ଉପସ୍ଥିତ ହୋଇଥିବା ଓ ସହଯୋଗ କରିଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ ସେବାଦଳ କର୍ମୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ସଦୟ ଉପସ୍ଥିତ ରହି ସେବାଦଳ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିବା ଡ. ଏ. ଚେଲାକୁମାର, ଜି. ରୁଦ୍ରରାଜୁ, ନିରଞ୍ଜନ ପଟ୍ଟନାୟକ, ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ସସ୍ମିତା ବେହେରା, ୟାସୀର ନୱାଜ ପ୍ରମୁଖଙ୍କୁ ଡଃ ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଡ. ଚେଲାକୁମାରଜୀ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଶ୍ରୀ ମଞ୍ଜୁ ମହାନ୍ତି, ଅଶୋକ ସିଂହ, ମନୋଜ କୁମାର ସାହୁ, କୁଳମଣି ସାହୁ, ବୀର ମାହନ୍ତ, ଦିଲ୍ଲୀପ ପଣ୍ଡା, ମହମ୍ମଦ ଶାହାଦୁଲ୍ଲା, ସୁଶାନ୍ତ ମହରଣା, ରମେଶ ବରାଳ, ବରୁଣ ରାଜ ଓ ସୁଶାନ୍ତ କୁମାର ପଣ୍ଡାଙ୍କୁ ସ୍ମୃତିଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ।


