କୋଚିଆନେଣ୍ଡିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କୋଚିଆନେଣ୍ଡି ଗ୍ରାମରେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫେଇନାଲରେ ଗଡବାନ୍ଦଗୋଡା ୮ଉଇକେଟରେ ଜଳସୁଆଁକୁ ପରାସ୍ତ କରି ଚମ୍ପିୟନ ହୋଇଛି । ଜଳସୁଆଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୭ଉଇକେଟ ହରାଇ ୮୧ରନ କରିଥିଲା । ତାର ଜବାବରେ ଗଡବାନ୍ଦଗୋଡା ୨ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ସନ୍ତୋଷ ଜେନା, ବାପି ଲେଙ୍କା ଖେଳ ପରିଚାଳନା କରିଥିବାବେଳେ ସୌମ୍ୟଶୁଭମ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ଓମପ୍ରକାଶ ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶତୃଘ୍ନ ସାହୁ, ସମାଜସେବୀ ପ୍ରକାଶ କୁମାର ବଳ, ସାମ୍ବାଦିକ ସତ୍ୟଜିତ ସାହୁ, ଅମର ସତପଥି ପ୍ରମୁଖ ଅତିଥିଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଅବିନାଶ ମିଶ୍ର ଓ ମ୍ୟାନ ଅଫ ଦି ସିରିଜ ଭାବେ ଶ୍ରୀକାନ୍ତ କୁଅଁରଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବ ସଦସ୍ୟ ଆକୁଳ ଚନ୍ଦ୍ର ଚକ୍ର, ସିପୁ ଜେନା, ଭୋଳି ଲେଙ୍କା, ଟିପା ଚକ୍ର, ରାଜା ଚକ୍ର, ତାରିଣୀ ଚକ୍ର, ଗୁଡୁଲୁ ଲେଙ୍କା, ଶାନ୍ତନୁ ଜେନା, ପପି ଚକ୍ର, ପପୁ ଚକ୍ର, ମୋଟରୁ ଚକ୍ର, ବାପି ଲେଙ୍କା, ପବନା ଲେଙ୍କା, ଚନ୍ଦନ ଚକ୍ର, ମାଧ ଲେଙ୍କା, ସିଲୁ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।


