ପର୍ଯ୍ୟାଟନ ଋତୁ ଆସିବା ପୂର୍ବରୁ ଖୋଲିଲା ତପ୍ତପାଣି ମୃଗ ବିହାର

ଭିିଡ ଜମୁଛି ପାନ୍ଥ ନିବାସର ଗ୍ରୀନ ଟ୍ରି ହାଉସ ଦେଖିବା ପାଇଁ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ସବୁଜ ବନରେ କୁଳୁ କୁଳୁ ନଦୀର ସ୍ୱର କୁ କୋକିଳର କୁହୁ କୁହୁ ରାବ ସହ ଉଷ୍ମ ଶ୍ନାନର ଉଦ୍ମତା ଓ ଉଲ୍ଲାସ ପ୍ରକୃତି କୋଳରେ ଦିନେ ହଜି ଯିବାର ଏକ ଆରଣନୀୟ ସୁଯୋଗ । ଗଜପତି ଜିଲ୍ଲାରେ ଯେଉଁଭଳି ରହିଛି ପାର୍ଯ୍ୟଟନ ସ୍ଥଳି ସେଥି ମଧ୍ୟରୁ ବେସ ଚର୍ଚ୍ଚାରେ ଜିରାଙ୍ଗ ବୌଦ୍ଧ ମନ୍ଦିର, ଖସଡା, ଗଣ୍ଡହାତି, ମାଙ୍କଡଡିଆଁ, ହରଭଙ୍ଗୀ ଡ୍ୟାମ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପରିମାଣରେ ପର୍ଯ୍ୟଟକମାନେ ପର୍ଯ୍ୟାଟନ ଋତୁରେ ଭିନ୍ନ ଭିନ୍ନ ପକ୍ଷୀ ଯେଭଳି ଓଡିଶା ମୁହାଁ ହୋଇ ଆସନ୍ତି ସେପରି ପର୍ଯ୍ୟାଟକ ମାନଙ୍କ ଭିଡ ଜମିଥାଏ ପର୍ଯ୍ୟଟନ ଋତୁରେ । ହେଲେ କରୋନା ପାଇଁ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ରହି ଯାଇଥିଲା ପର୍ଯ୍ୟଟକଙ୍କ ପାଇଁ ଯାହା ଫଳରେ ଘରୁ ବାହାରିବା ମୁସକିଲ ହୋଇଥିଲା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସରେ କିଛି ସ୍ଥାନରେ ମନ୍ଦିର, ପାର୍କ ଓ ପର୍ଯ୍ୟାଟନ ସ୍ଥଳି ଖୋଲିଥିବା ବେଳେ କିଛି ସ୍ଥାନରେ ବନ୍ଦ ରହିଛି । ଯେଉଁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାକୁ ବୁଲିବାକୁ ଆସନ୍ତି ନିଜ ପରିବାର ସହ ଫେରିବା ସମୟରେ ଗଜପତି ଓ ଗଞ୍ଜାମ ସିମାନ୍ତରରେ ଥିବା ତପ୍ତପାଣି ଉଷ୍ମ ପ୍ରଭାବିତ, ମୁର୍ଗ ବିହାର, ପାନ୍ଥନିବାସ ଗ୍ରୀନ ହାଉସ ଦେଖି ମଜା ନିଅନ୍ତି ଓ ସେଲଫି ଉଠାନ୍ତି । ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ତପ୍ତପାଣିର ମୁର୍ଗ ବିହାର, ପାନ୍ଥ ନିବାସ ଖୋଲା ଯାଇଛି । ଏଥିରୁ ବାଦ ପଡିଛି ମା କନ୍ଧୁଣି ଦେବୀଙ୍କ ମନ୍ଦିର ଯାହାକି ଉଷ୍ମତାର ପାଣି ବାହାରିଛି । ଏହା ପର୍ଯ୍ୟାଟକଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି । ମୁର୍ଗ ବିହାର ଓ ପାନ୍ଥ ନିବାସକୁ ଯିବା ପୂର୍ବରୁ ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତା ମୂଳକ, ଭିତରକୁ ପ୍ରବେଶ କେଲ କୌଣସି ପଶୁ ପକ୍ଷୀଙ୍କୁ ଛୁଁଇବା, ବାହାର ଖାଦ୍ୟ ନଦେବା ପାଇଁ ଉଲ୍ଲେଖ ରହିଛି । ବେସ ଚର୍ଚ୍ଚାରେ ଲୋକଙ୍କୁ ଆକର୍ଷଣ କରୁଛି ପାନ୍ଥ ନିବାସରେ ଥିବା ଗ୍ରୀନ ହାଉସ ଓ ଫୁଲର ବଗିଚା । ଗଜପତି ଜିଲ୍ଲାରେ କେବେ ଖୋଲିବ ପର୍ଯ୍ୟଟନ ସ୍ଥଳୀ ତାକୁ ଏବେ ବିଭିନ୍ନ ପର୍ଯ୍ୟଟକଙ୍କ ଅପେକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ