କୋଦଳା କ୍ରିକେଟ ପ୍ରିମୀୟର ଲିଗ ଅନୁଷ୍ଠିତ

କୋଦଳା,(ଗୁଲସନ କୁମାର କର): ଗୁରୁବାର କୋଦଳା ଠାରେ କୋଦଳା କ୍ରିକେଟ ପ୍ରିମୀୟର ଲିଗ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ସଭାନେତ୍ରୀ ଶ୍ରୀମତୀ ସୁଜତା ପ୍ରଧାନ, କୋଦଳା ଥାନା ଏସଆଇ ଅନିଲ କୁମାର ସାହୁ ଏବଂ କେଦାର ନାୟକ ଯୋଗଦେଇ କୋଭିଡ ନିୟମକୁ ମାନି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଚାରୋଟି ଟିମ୍ ଖେଳିବାକୁ ମନୋନୀତ ହୋଇଥିବା ବେଳେ ପ୍ରଥମ ଦିନ ବାଲିଢ଼ାବା ଟିମ୍ ସହ ମାହି XI6 ମ୍ୟାଚ ସମ୍ପର୍ଣ୍ଣ ହୋଇଛି । ଆଜି ଏହି ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଗହଳି ହୋଇଥିଲେ । ଏଥିସହ ଖେଳରେ ଶାନ୍ତି ଶୃଙ୍ଖଳାର ସହିତ କରୋନା କଟକଣା ନିୟମକୁ ଅବଲମ୍ବନ କରି ଖେଳାଳି ମାନେ କିଭଳି ଖେଳିବେ ଓ ଦର୍ଶକ ନିୟମ ମାନି ରହିବେ ସେ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କିଭଳି ଖେଳ ସୁରୁଖୁରୁରେ ହେବ ଏ ନେଇ ପରିଚାଳନା କମିଟି ସତର୍କ ରହି ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ