କୋଭିଡ୍‌ ସେଣ୍ଟର ପାଇଁ ଖଟିଆ ବୋହିଲେ ସ୍କୁଲ ଛାତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କୋରନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର।କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତର ସରପଞ୍ଚ ମହାଦେବ ପ୍ରଧାନ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ସ୍କୁଲ୍‌ ଛାତ୍ରମାନଙ୍କ ଦ୍ୱାରା ବଣ୍ଡଗୁଡା ଚଞ୍ଚଳା ସାହିରେ ଥିବା କୋଭିଡ୍‌ ସେଣ୍ଟରକୁ ଛାତ୍ର ମାନଙ୍କ ଦ୍ୱାରା ଖଟ ବୁହାଇ ଥିଲେ । ଜିରିଡିକିଆ ଠାରୁ ବଣ୍ଡଗୁଡା ଚଞ୍ଚଳାସାହି ପ୍ରାୟ ୩ ରୁ ୪ କି.ମି ଦୂରତା ହୋଇଥିଲେ ମଧ୍ୟ ଯାନବାହନର ସୁବିଧା ଥାଇ ମଧ୍ୟ ଜଣେ ଲୋକ ପ୍ରତିନିଧି ଏଭଳି କାର୍ଯ୍ୟ କରାଇବା କେତେ ଯୁକ୍ତିଯୁକ୍ତ ତାହା ପ୍ରଶାସନର ତଦନ୍ତ ପରେ ଜଣା ପଡିବ । ଜିଲ୍ଲା ପ୍ରଶାସନ ତରଫରୁ ବଣ୍ଡଗୁଡାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଥିଲେ ମଧ୍ୟ ବଣ୍ଡଗୁଡା ସରପଞ୍ଚ ସଂଗୀତା ନାୟକ କିଭଳି ଏ ପ୍ରକାର କାର୍ଯ୍ୟକୁ ପ୍ରଶୟ ଦେଉଥିଲେ ତାହା ଅଂଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ