କୋଭିଡ୍‌ ୧୯ : ବିଦେଶରେ ପ୍ରାଣ ହରାଇଛନ୍ତି ୩ ଭାରତୀୟ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଦେଶରେ ତିନି ଭାରତୀୟ ପ୍ରାଣ ହରାଇଛନ୍ତି । ୨୫ ଶହରୁ ଅଧିକ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିଥିବା ବେଳେ ତିନି ଭାରତୀୟ ବିଦେଶରେ ପ୍ରାଣ ହରାଇଛନ୍ତି । ଉହାନ୍‌ ପ୍ରଦେଶରୁ ସୃଷ୍ଟ ଏହି ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ୧୫ ହଜାର ୩୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତିନି ମୃତକଙ୍କ ମଧ୍ୟରୁ ଜଣେ ସ୍ବିଡେନ୍‌ରେ, ଜଣେ ଇରାନ୍‌ରେ ଏବଂ ଜଣେ ଇଜିପ୍ଟରେ ପ୍ରାଣ ହରାଇଛନ୍ତି । ସ୍ବିଡେନ୍‌ରେ କରୋନା ଆକ୍ରାନ୍ତ ତାମିଲନାଡୁ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଇରାନ୍‌ରେ ୬୧ ବର୍ଷୀୟ ଜଣେ ଲଦାଖ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଇଜିପ୍ଟରେ ଜଣେ ୪୫ ବର୍ଷୀୟ ଭାରତୀୟ ଯୁବକ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ ୨୫୫ ଜଣ ଭାରତୀୟ ବିଦେଶରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ