କୋରନା କଟକଣା ଯୋଗୁ ଶୀତ ଋତୁରେ କମ୍ ବିମାନ ଉଡ଼ିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଶୀତ ଋତୁରେ ଭାରତୀୟ ଆକାଶରେ କମ୍ ବିମାନ ଉଡ଼ିବ । କୋଭିଡ୍-୧୯ ସମ୍ପର୍କିତ କଟକଣା ଜାରି ରହିଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତ ଋତୁରେ ୪୪ ପ୍ରତିଶତ କମ୍ ବିମାନ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୀତ ସମୟରେ ଅର୍ଥାତ ଅ‌କ୍ଟୋବର ୨୫ରୁ ଆସନ୍ତା ବର୍ଷ ମାର୍ଚ ୨୭ ପର୍ଯ୍ୟନ୍ତ ‌‌‌ଦେଶରେ ଥିବା ୯୫ଟି ବିମାନ ବନ୍ଦରରୁ ମୋଟ ୧୨,୯୮୩ଟି ବିମାନ ଉଡ଼ାଣ ପାଇଁ ଡିଜିସିଏ ଅନୁମତି ପ୍ରଦାନ କରିଛି। ୨୦୧୯-୨୦ରେ ଏହି ସମୟରେ ୨୩,୩୦୭ଟି ବିମାନ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଡିଜିସିଏ ଜାରି କରିଥିବା ତଥ୍ୟ ଅନୁସାରେ ଦେଶର ସର୍ବବୃହତ ବିମାନ କଂପାନି ଇଣ୍ଡିଗୋ ଶୀତଦିନେ ୬୦୦୬ଟି ବିମାନ ଉନାଇବ। ସେହିପର ସ୍ପାଇଟ୍‌ ଜେଟ୍‌ର ୧୯୫୭ଟି, ଏୟାର ଇଣ୍ଡିଆର ୧୧୨୬ଟି, ଗୋଏୟାରର ୧୨୦୩ଟି ବିମାନ ଆକାଶରେ ଉଡ଼ିବ। ଭିସ୍ତାରାର ୮୮୫ ଓ ଏୟାର ଏସିଆ ୮୫୨ଟି ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। କରୋନା ମହାମାରୀକୁ ନଜରରେ ରଖି ବିମାନରେ ୬୦ ପ୍ରତିଶତ ସିଟ୍‌ରେ ଯାତ୍ରୀକୁ ନେଇପାରିବା ଲାଗି କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ୭୫ ପ୍ରତିଶତ ସିଟ୍ ପୂରଣ କରିବା ଲାଗି ବିମାନ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ଉପରେ ବିଚାର କରାଯାଉଛି। ଖରାଦିନରେ ଅଧିକ ବିମାନ ଉଡ଼ାଣର ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ