କୋରନା ଯୁଦ୍ଧରେ ହାରି ଗଲେ କୋରନା ଯୋଦ୍ଧା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କୋରନା ମହାମାରୀ ଅନେକ କୋରନା ଯୋଦ୍ଧାଙ୍କ ଜୀବନ ନେଇଥିବା ବେଳେ ଆଜି ପୁଣି ଏହି ଅଦୃଶ୍ୟ ମହାମାରୀ କୋରନା ଆଉ ଜଣେ ଆଗ ଧାଡ଼ିର କୋରନା ଯୋଦ୍ଧାଙ୍କ ଜୀବନ ନେଇଛି । ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାଯ୍ୟରତ ଡାକ୍ତର ଶିଶିର ସାବତଙ୍କ କୋରନା ରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଗତ ୧୫ ତାରିଖରେ ସ୍ୱର୍ଗତ ସାବତଙ୍କ କୋରନା ରିପୋର୍ଟ ପଜିଟିଭି ଆସିଥିଲା । ଯାହା ଫଳରେ ସେ ମାଲସାହିରେ ରହୁଥିବା ନିଜ ଘରେ ହୋମ କ୍ୟାରେଣ୍ଟ।ଇନ ରେ ଥିଲେ । ହେଲେ ହଠାତ କୌଣସି କାରଣରୁ ଆଜି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଂଗେ ସଂଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ଅପରାହ୍ନ ୪.୪୫ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ଆସନ୍ତାକାଲି ଭଞ୍ଜନଗର ମେଡିକାଲ ପରିସରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ