କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବୁଧବାର ସକାଳ ୮.୩୦ ମିନିଟରେ ସିନିୟର ସିଭିଲ ଜର୍ଜ ମାନଓ ରଞ୍ଜନ ରାୟ ଗାନ୍ଧିଜୀଙ୍କ ପ୍ର୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ପତାକା ଉତ୍ତୋଳନ କରିଥିଲେ । ଏହି ପତାକା ଉତ୍ତୋଳନ ସମୟରେ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଛତ୍ରପୁର ବାର ଆଶୋସିଏସନ ର ସଭାପତି ପ୍ରଦୀପ ପାଢୀ, ସମ୍ପାଦକ ଏଲ୍. ଗୋପାଳ ରାଓ, ସରକାରୀ ଓକିଲ ଡମିନାଥ ସାହୁ, ସୌରୀ ବେହେରା, ଶିବ ସାହୁ, ପ୍ରଭାତ ପଣ୍ଡା ଏବଂ ବିଭିନ୍ନ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


