ଓକିଲ ସଂଘ କାର୍ଯ୍ୟାଳୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ବୁଧବାର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜିବୀ ରମେଶ ଚନ୍ଦ୍ର ଚୈାଧୂରୀ ପତାକା ଉତ୍ତୋଳନ କରିବା ସହିତ ଏହି ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ପତାକା ଉତ୍ତୋଳନ ସମୟରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ପାଢୀ, ସାଧାରଣ ସମ୍ପାଦକ ଏଲ୍. ଗୋପାଳ ରାଓ, ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରାଙ୍କ ସମେତ ଓକିଲ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।


