କୋହ୍ଲହୁଣ୍ଡୁଳା ସାପ୍ତାହିକ ନୂତନ ହାଟର ଶୁଭାରମ୍ଭ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ୨୮ ନଂ ଜୋନ ଅଂଶେଇକଳା ପଞ୍ଚାୟତ କୋହ୍ଲହୁଣ୍ଡୁଳା ଠାରେ ରବିବାର ଏକ ନୂତନ ହାଟର ଶଉଭାରମ୍ଭ ହୋଇଛି । ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦେଖି ୨୮ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଡମ୍ବରୁଧର କୁଦାଦାଃଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ହାଟଟି ଜନସାଧାରଣଙ୍କ କାମରେ ଲାଗିବ ବୋଲି ସ୍ଥାନୀୟ ଅଧିବାସୀ ମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଗ୍ରାମ ଠାରୁ ବହୁ ଦୂରରେ ଥିବା ବିଲେଇପଦା,ଆନନ୍ଦବଜାର ଓ କଣ୍ଡରା ସପ୍ତାହିକ ହାଟ ଉପରେ ନିର୍ଭର କରି ହୀନସ୍ତା ହୋଉଥିବା ସ୍ଥାନୀୟ ଅଧିବାସୀ ଏହି ସପ୍ତାହିକ ହାଟ ଖୋଲିବା ପରେ ଆଶ୍ୱସ୍ତ ଅନୁଭବ କରିଛନ୍ତି । ପ୍ରତ୍ୟେକ ସପ୍ତାହର ରବିବାର ଦିନ ବସିବାକୁ ସ୍ଥିର ହୋଇଥିବା ହାଟ ସ୍ଥାନୀୟ ଅଧିବାସୀ ମାନଙ୍କର ଆବଶ୍ୟକତା ମେଣ୍ଟାଇବା ସହ ଚାଷୀ ଏବଂ ବେପାରୀ ମାନଙ୍କୁ ଏକ ନୂଆ ରୋଜଗାରର ମାଧ୍ୟମ ପାଲଟିବ ଏଥିରେ ଦ୍ୱିମତ ନାହିଁ । ଏହି ହାଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଜାର କମିଟିର ସଭାପତି ଭୀମସେନ ମହାକୁଡ,ସମ୍ପାଦକ ଦୟାନିଧି ପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।


