ଯୋଡାରେ ସିପିଆଇର ପଦଯାତ୍ରା
ଯୋଡା, (ସମୀର କୁମାର ଦାସ):ଭାରତୀୟ କମୁ୍ୟନିଷ୍ଟ ପାର୍ଟି କେନ୍ଦୁଝର ଜିଲ୍ଲା ପରିଷଦ ପକ୍ଷରୁ ଆଜି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୮ଟା ସମୟରେ ପାର୍ଟିର ଶତାଧିକ କର୍ମୀଙ୍କୁ ନେଇ ଧରଣୀଧର ଛକ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସମଗ୍ର ଯୋଡା ସହର ପରିକ୍ରମା କରିବା ପରେ ଯୋଡା ବସଷ୍ଟାଣ୍ଡ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଧାନର ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି କରିବା,ବାର୍ଦ୍ଧକ୍ୟ ଭତ୍ତା ୩୦୦ ଟଙ୍କା କରିବା,ସ୍ଥାନୀୟ ଖଣି ଓ ଶିଳ୍ପରେ ସ୍ଥାନୀୟ ଯୁବକ ଯୁବତୀଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବା,ଯୋଡା କେନ୍ଦ୍ରୀୟ ଡାକ୍ତରଖାନାରେ ଅଧିକ ଡାକ୍ତର,ନର୍ସ ନିଯୁକ୍ତି ଦେବା,ବଜାର ଦର ନିୟନ୍ତ୍ରଣ କରିବା ଆଦି ଦାବି ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଏହି ପଦଯାତ୍ରା ଓ ପଥପ୍ରାନ୍ତ ସଭାରେ ସିପିଆଇର ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତ,ସହ ସମ୍ପାଦକ କପିଳ ମହାନ୍ତି,ଶ୍ରୀହରି ଘଣା,କାହ୍ନୁଚରଣ ସାମଲ,ବାଗ୍ରା ଚାତାର,ମ.ବହୁଜାମା,ହୃଦାନନ୍ଦ ପ୍ରଧାନ,ଦଶମା ମୁଣ୍ଡା,ପୁରୁଷୋତ୍ତମ ମହାନ୍ତ,ଶଶିକାନ୍ତ ପଣ୍ଡା ଆଦି ସଦସ୍ୟ ଯୋଗ ଦେଇଥିଲେ ।


