କ୍ରସର ମାଲିକ ସହ ୧୨ ଗିରଫ, ୫ଟ୍ରାକ୍ଟର ଜବତ

କୁକୁଡାଖଣ୍ଡି , (ଯୁଗାବ୍ଦ ନ୍ୟୁଜ): ମହୁଡାରେ ବିଏମସିର ବଜ୍ୟବସ୍ତୁ ପ୍ଲାଣ୍ଟ ନିକଟରେ ଥିବା କ୍ରସରଗୁଡିକରୁ ପଥର ଫୁଟାଇବା ଫଳରେ ବଜ୍ୟବସ୍ତୁ ପ୍ଲାଣ୍ଟକୁ ବିପଦ ରହୁଥିବା ନେଇ ବିଏମସି ଅଭିଯୋଗ କରିଛି । ଏହା ପରେ ରାଜ୍ୟ ସିବି- ସିଆଇଡି ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଦିଗପହଣ୍ଡି ପୋଲିସ ସହାୟତାରେ କୁକୁଡାଖଣ୍ଡି ତହସିଲଦାର ସୁବାଶଚନ୍ଦ୍ର ରଇତଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ରେ ମହୁଡ଼ା ଗ୍ରାମ ନିକଟ ଦୁଇଟି କ୍ରସର୍ ୟୁନିଟ୍ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ବିସ୍ଫୋରକ ସାମଗ୍ରୀ ମହଜୁଦ ଓ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୧୨ଜଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ ସି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି। ଦିଗପହଣ୍ଡି ଆଇ ଆଇ ସି ଗୌରାଙ୍ଗ ଚରଣ ସାହୁ କଂ ସୂଚନା ପ୍ରକାରେ ବାଲାଜୀ କ୍ରସରୁ ୫ ଟ୍ରାକ୍ଟର ,୩ ବାଇକ କୁ ଜବତ କରିବା ସହ କ୍ରସର ମାଲିକ ବି.ବାଲାଜୀ ରେଡି କଂ ସହ ୧୦ ଜଣ ଏବଂ ଷ୍ଟୋନକ୍ରରୀ କ୍ରସରରୁ ୧ଟ୍ରାକ୍ଟର ସହ ୨ଜଣକୁଂ ଗିରଫ କରିଛି ।ଏନେଇ ଥାନାରେ ୧୪୪/୧୯,୧୪୫/୧୯ ରେ ଦୁଇଟି ମାମାଲା ରୁଜୁ କରି ସମସ୍ତକୁଂ ଗିରଫ କରାଯାଇଛି।ସମସ୍ତ କ୍ରସର ଗୁଡିକରେ ବସ୍ଫୋରକ ସାମଗ୍ରୀ ରଖି ପଥରଫୁଟାଯାଉଥିବା ବେଳେ ତହସିଲ ପକ୍ଷରୁ ଚଢଉ ହେଉନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ