କ୍ରାନ୍ତି ଯୁବ ଛାତ୍ର ସଂଗଠନର ୧୦ ତମ ପ୍ରତିଷ୍ଠା ଦିବସ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ଦଶମ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳନ ହୋଇଯାଇଛି। ସ୍ଥାନୀୟ ଷ୍ଟେସନରୋଡ ନିକଟସ୍ଥ କାର୍ଯ୍ୟାଳୟରେ ସଂଘର ସଦସ୍ୟମାନେ ୧୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ।ଏହି ଅବସରରେ ସଂଘର ସଭାପତି ଇଜୁ ଅମିନ ଖାନ କ୍ରାନ୍ତି ପତକା ଉତ୍ତୋଳନ କରିବା ସହ ଆଗାମୀ ଦିନରେ ସଂଗଠନର ଛାତ୍ର ଓ ଯୁବକ ମାନେ ଚାଷୀ ଏବଂ ଶ୍ରମିକମାନଙ୍କ ନେତୃତ୍ବ ନେବା ସହ ସେମାନଙ୍କ ପାଇଁ କିଭଳି ସଂଘର୍ଷ କରିବେ ଏହାକୁ ନେଇ ଉଦବୋଧନ ଦେଇଥିବା। ଚାଷୀ ନେତା ତଥା ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସୀମାଞ୍ଚଳ ନାହାକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମସଲାରେ ଅଗ୍ନି ସଂଯୋଗ କରିବା ସହ ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂ ଫୋଟୋ ଚିତ୍ରରେ ମାଲ୍ଯାଅର୍ପଣ କରିଥିଲେ ଏବଂ ଛତ୍ରପୁରର ବିଭିନ୍ନ ସମସ୍ୟା ନେଇ କିଭଳି ଛାତ୍ର ଯୁବକ ମାନେ ଲଢେଇ କରିବେ ତାହାରି ଉପରେ ଆଲୋକପାତ କରିଥିଲେ। ଏହା ପରେ ସଂଗଠନର ସାଧାରଣ ସମ୍ପାଦକ ଜଲାଲ ଖାନ ସଂଗଠନର ପ୍ରତୀକ ମସାଲରେ ଅଗ୍ନି ସଂଯୋଗ କରିବା ସହ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ସଦସ୍ୟ ଉଦବୋଧନ ରଖିବା ସହ ଶହୀଦ-ଏ-ଆଜମ ଭଗତ ସିଂ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି କ୍ରାନ୍ତିକାରୀ ସଲାମ ଜଣେଇଥିଲେ। ଏବଂ ଏହି ଅବସରରେ ପ୍ରତି ବର୍ଷଭଳି ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନରହରି ସ୍ବାଇଁ ମୁଖ୍ଯ ଅତିଥି ରୁପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଷୀନେତା ସିମାଞ୍ଚଳ ନାହାକ, ସମାଜସେବୀ ଭାଗିରଥି ବେହେରା , ପ୍ରମୁଖ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ଯରେ ଗଣପତି ବାରିକ, ଯୁବନେତା ରଞ୍ଜିତ ରଥ, ଦୀପକ ରାଉଳ,ସୁବୋଧ ସୁମନ ସ୍ବାଇଁ, ଶିବ ପ୍ରସାଦ ବେହେର, କୃଷ୍ଣ ନାହାକ, ମହେଶ ଗୌଡ, ଜୁଗଦେବ ବେହେରା, ମାନସ ସ୍ବାଇଁ , ସୁବାଷ ରେଡି, ରକି ନାହାକ , ସଚିନ ନାହାକ , ରାମ ନାରାୟଣ ବେହେରା, ସୋନୁ ସେଠୀ ଓ ବିକି ବେହେରା ପ୍ରମୁଖ ଉପସ୍ଥିତ ରହି ସଂଗଠନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ