କ୍ରିକେଟକୁ ଗୁଡ଼ବାଏ କଲେ ଷ୍ଟେନ୍

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଡେଲ୍ ଷ୍ଟେନ୍ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ବର୍ଷେ ଧରି ଆହତ ସମସ୍ୟା ଷ୍ଟେନଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ଆହତ ଯୋଗୁ ସେ ଅଧିକାଂଶ ସମୟ ମଇଦାନ ବାହାରେ ରହିଥିଲେ। ଯେଉଁ କାରଣରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏବେ ଷ୍ଟେନ୍ ଆନୁଷ୍ଠାନିକ ଭାବେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଦେଇଛନ୍ତି। ଅବସର ନେଇ ଷ୍ଟେନ୍ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।
୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଷ୍ଟେନ୍ ତାଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି, ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ରିଟାୟର ନେଉଛି, ଯାହାକୁ ମୁଁ ସବୁଠାରୁ ଅଧିକ ଭଲ ପାଏ। ପରିବାର ଠାରୁ ଆରମ୍ଭ କରି ସାଥୀ ଖେଳାଳି, ସାମ୍ବାଦିକଙ୍କ ଠାରୁ ଫ୍ୟାନ୍, ସମସ୍ତଙ୍କୁ ଧନ୍ୟବାଦ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ