ବର୍ବରକାଣ୍ଡ ଘଟାଉଛି ତାଲିବନା: ୧୩୮ ଆମେରିକା ସମର୍ଥକଙ୍କୁ ଗୁଳିକରି ହତ୍ୟା
କାବୁଲ: ଶାସନ କରିବା ଅଳରେ ଅନ୍ଧ ପାଲଟିଛି ତାଲିବାନ । ଆଫଗାନିସ୍ଥାନରୁ ଆମେରିକୀୟ ସେନା ପ୍ରତ୍ୟହାର ପରେ ତାଲିବାନ ଚଳାଇଛି ଅତଙ୍କ ରାଜ । ଗୋଟିଏ ଦିନରେ ୧୩୮ ଆମେରିକାକୁ ସମର୍ଥ କରୁଥିବା ସଦସ୍ୟଙ୍କୁ ବିଚ୍ ରାସ୍ତାରେ ଗୁଳି କରି ମାରିଛି । ଆମେରିକା ଆଫଗାନିସ୍ତାନ ଛାଡିବାର ଦିନକ ପରେ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନରେ ଘରକୁ ଘର ଆମେରିକା ସମର୍ଥକ ଏବଂ ସେମାନଙ୍କ ସହିତ ମିଶି କାମ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି। ଏହିଭଳି ଲୋକଙ୍କୁ ଠାବ କରିବା ପରେ ସେମାନଙ୍କୁ ବନ୍ଧୁକ ମୁନରେ ଘରୁ ଉଠାଇ ଆଣୁଛନ୍ତି ତାଲିବାନ ଆତଙ୍କି ଗୋଷ୍ଠୀ। ସର୍ବସମ୍ମୁଖରେ ରାସ୍ତା ଉପରେ ଗୁଳିକରି ହତ୍ୟା କରାଯାଉଛି। ଗତକାଲି ଦେଶର ବିଭିନ୍ନ ଭାଗରେ ତାଲିବାନ ଆତଙ୍କି ଏହିଭଳି ୧୩୮ ଲୋକଙ୍କୁ ହତ୍ୟା କରିଥିବା ଖବର ମିଳିଛି। ଏହା ପୂର୍ବରୁ ସେମାନେ ଜଣେ ଆମେରିକା ସମର୍ଥକଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଉଡନ୍ତା ହେଲିକପ୍ଟର ତଳେ ଝୁଲାଇ ଫାଶି ଦେଇଥିଲେ। ତେବେ ସୁଶାନ କରିବାର ଭରସା ଦେଉଥିବା ତାଲିବାନ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଉଥିବାରୁ ସେଠାରେ ନାଗରିକମାନେ ନିଜକୁ ଆଉ ସୁରକ୍ଷା ମଣୁ ନାହାଁନ୍ତି ।


