କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ମୁନିଖୋଲସ୍ଥିତ ବାଳିକା ହାଇସ୍କୁଲ ପରିସରରେ ମୁନିଖୋଲ ଆଞ୍ଚଳିକ ସାଧନ କେନ୍ଦ୍ରର ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମୁନିଖୋଲ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁଙ୍କ ଅଧକ୍ଷତା ଏବଂ ସିଆରସିସି ମାନସୀ ସ୍ଵାଇଁ ଓ ମୁନିଖୋଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ବେହେରାଙ୍କ ମିଳିତ ସଂଯୋଜନାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଅତିଥିଭାବେ ମୁନିଗୁଡା ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସୁବାସ ସିଂ, ମୁନିଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇକ ଜାକେକାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ମୁନିଖୋଲ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁ ଏହି ସୁରଭି କାର୍ଯ୍ୟକ୍ରମର ଉଦେଶ୍ୟ ଓ ଏହାର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ଜୀବନ ଶୈଳୀଓ ସଂସ୍କାରିତ ଦୈନନ୍ଦିନ ଦିନଚର୍ଯ୍ୟା ଆପଣେଇ ଉତ୍ତମ ଛାତ୍ରୀଛାତ୍ର ଓ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁନିଖୋଲ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରୀ ସୁରଭି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ନୃତ୍ୟ ପ୍ରତିଯୋଗିତାରେ ମୁନିଖୋଲ ଆଶ୍ରମ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ କୃତିତ୍ୱ ହାସଲ କରିବା ସହିତ ସମସ୍ତଙ୍କ ମନମୁଗ୍ଧ କରିଥିଲେ। ଉକ୍ତ ସୁରଭି କାର୍ଯ୍ୟକ୍ରମକୁ ମୁନିଖୋଲ ଆଞ୍ଚଳିକ ସାଧନା କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ