କ୍ଳଷ୍ଟର ସ୍ତରୀୟ ସି ଆର୍ ସି ସି ସମ୍ବର୍ଦ୍ଧନା

ଚିକିଟିିିି,(ଯୁଗାବ୍ଦ ନୁୁ୍ୟଜ୍): ଚିକିଟି ବ୍ଳକ୍ ନୂଆପଡା ଆଞ୍ଚଳିକ ସାଧନ କେନ୍ଦ୍ରର ସମ୍ବର୍ଦ୍ଧନା ଉତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଭାର ଠାରେ ବ୍ରାହ୍ମଣ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାବୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସମ୍ବର୍ଦ୍ଧନା ଉତ୍ସବରେ ଡଭାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ,ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ସେଠୀ,ନବ ନିଯୁକ୍ତ ସି ଆର୍ ସି ସି କେ ଜଗନ୍ନାଥ ରାଓ ମଞ୍ଚାସୀନ ଥିଲେ।ପୂର୍ବତନ ସି ଆର୍ ସି ସି ପ୍ରଦୀପ ସେଠୀଙ୍କ କାର‌୍ୟ୍ୟ ଶୈଳୀ ଉଚ୍ଚ ପ୍ରଶଂସିତ କରାଯିବା ସହ ନୂତନ ସି ଆର ସି ସିଙ୍କ ଠାରୁ ମଧ୍ୟ ସେ ଭଳି ଆଶା ବ୍ୟକ୍ତ କରିଥିବା ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଭି ରାବଣା,ତାରାତାରିଣୀ ପଣ୍ଡା, ସୌଭାଗ୍ୟ ସିଂ, ନରେନ୍ଦ୍ର ସାହୁ, ବିବେକାନନ୍ଦ ସେଠୀ, ବସନ୍ତ କୁମାର ଜାନୀ,କୁରେଶ ସାହୁ,ନାରାୟଣ ପ୍ରଧାନ,ସନାତନ ପ୍ରଧା,ସାଇନାଥ ପ୍ରଧାନ ସହ କ୍ଳଷ୍ଟରର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ