ଗୁଜୁରାଟରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟ ଗଠନ ନିଷ୍ପତ୍ତି

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍) : ଗୁଜୁରାଟ ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡିଶା ସରକାର ଓ ଗୁଜୁରାଟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟ ଗଠନ ସଂପର୍କରେ ଆଲୋଚନା ହୋଇଛି । ମିଳିଥିବା ଖବର ଅନୁଯାୟୀ ଗୁଜୁରାଟ ରାଜ୍ୟ ସୁରତରେ ଥିବା ୪ ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୨ ଟି ଲେଖାଏଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୁଇ ରାଜ୍ୟର ସହଯୋଗରେ ଖୋଲାଯିବ ବୋଲି ଆଲୋଚନା ହୋଇଥିଲା ।ଏହା ସହ କାର୍ଯ୍ୟରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଷ୍ଟାଇପେଣ୍ଟ ପ୍ରଦାନ କରିବାକୁ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମ ଗୁଜୁରାଟର ଗାନ୍ଧୀ ନଗର ଓଡିଶା ଶିକ୍ଷା ସଚିବ ପ୍ରଦିପ୍ତ କୁମାର ମହାପାତ୍ର ,ଓ ଅତିରିକ୍ତ ସଚିବ ସୁନ୍ଦରଲାଲ ସିଲ , ଗୁଜୁରାଟ ସରକାରଙ୍କ ଶିକ୍ଷା ସଚିବ ଓ ଓଡିଆ ସମାଜର ପ୍ରମୁଖ ଆଲୋଚନାରେ ଯୋଗ ଦେଇ ପ୍ରବାସୀ ଓଡିଆ ମାନଙ୍କର ଶିକ୍ଷାର ବିକାଶ ପାଇଁ କର୍ତ୍ତବ୍ୟନିଷ୍ଠାର ସହ କରିବେ ବୋଲି ନିଷ୍କତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ