କ୍ଷତିଗସ୍ତ ମିଳିତ ମଂଚ ତରଫରୁ ତହସିଲ ସମ୍ମୁଖରେ ଗଣ ସତ୍ୟାଗ୍ରହ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଚିଟ୍ଫଣ୍ଡ ମାମଲାରେ ପୁଣି କିଛି ଦିନର ପରେ ପୁଣି ତେଜିଲ୍ା ଆନ୍ଦୋଳନ । ବିଭିନ୍ନ ଚିଠିଫଣ୍ଡ ସଂସ୍ଥା ମାନଙ୍କରେ ଗରିବ,ଖଟିକିଆ,ଶ୍ରମିକ ଶ୍ରେଣୀର ଜନତା ନିଜର କଷ୍ଟ ଉତ୍ପାର୍ଜିତ ଧନ ସଂଞ୍ଚୟ କରି ରଖିଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ନମିଳିବା ଦୁଖ ଓ ପରିତାପର ବିଷୟ । ଏଥିସହ ସରକାର ତୁରନ୍ତ ଏହାର ସମାଧାନ କରି ଗରିବ ଖଟିକିଆ ମାନଙ୍କର ଟଙ୍କାକୁ ଦେବାକୁ ସରକାର ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ତାହା କେବେ ଟଙ୍କା ମିଳିବ କେହି ଜାଣି ନାହାନ୍ତି । ସରକାର ମୁହାଁ ବୁଲାଇଛନ୍ତି ସାଧାରଣ ଲୋକଙ୍କୁ ବୋଲି ଅଭିଯୋଗ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ କରିବା ନିମନ୍ତେ ଦାବୀ କରିଛନ୍ତି । ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ ସମ୍ମୁଖରେ ଧାରଣା ଦେବା ସହ ଗଣ ସତ୍ୟାଗ୍ରହ କରାଯାଇଛି । ହଜାର ହଜାର ସଂଖ୍ୟାରେ ଲୋକ ମାନେ ସ୍ଥାନୀୟ ହାଇ ସ୍କୁଲ ପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜୁନାଗଡ଼ ତହସିଲ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ଲୋକଙ୍କୁ ବଜେଟ୍ ଅଧିବେଶନ ପୂର୍ବରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ବ୍ୟବସ୍ଥା ନକଲେ ସାରା ରାଜ୍ୟରେ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।


