ମାଳାସା ପଦରରେ ଜନ ଅଭିଯୋଗ ଶୁଣାଣୀ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମଳାସପଦର ପଂଚାୟତ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏହି ଶୁଣାଣିରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରାଶର୍ମା ,ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ବେହେରା,ବିଡିଓ ବଂଶୀଧର ଖୋସାଲା ,ଏସଡିପିଓ ଅଶୋକ କୁମାର ମହାନ୍ତି , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ,ଜିପିଇଓ ନରସିଂହ ମାଣ୍ଡାଙ୍ଗା ଉପସ୍ଥି୍‌ତ ରହି ଉପସ୍ଥିତ ଥିଲେ । ଯୁଗ୍ମ ଶୁଣାଣିରେ ସମୁଦାୟ ୧୨୩ ଟି ଅଭିଯୋଗ ଶୁଣାଣୀ ଆସିଥିବା ବେଳେ ସେଥି ମଧ୍ୟରୁ ୪୧ ଟି ବ୍ୟକ୍ତି ଗତ ଓ ୮୨ ଟି ସାମୁହିକ ଅଭିଯୋଗ ରହିଥିଲା ।ବ୍ଲକର ବିଭିନ୍ନ ପଂଚାୟତ ମଧ୍ୟରୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ମାନଙ୍କ ସହିତ ଅଂଚଳବାସୀ ଗ୍ରାମର ମୈାଳିକ ଅସୁବିଧା ବିଷୟରେ ଜଣାଇଥିଲେ । ଏଥି ମଧ୍ୟରୁ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଜଣଙ୍କୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବ୍ଲକର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତି ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ