ସାଧାରଣତନ୍ତ୍ର ଦିବସରେ ଗୀତାବୃତ୍ତି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଗତ ୨୫ ଏବଂ ୨୬ ତାରିଖ ଦୁଇଦିନ ଧରି ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକାମ୍ର ସତ୍ୟସେବା ଆଶ୍ରମ, ୟୁନିଟ୍‌-୯ ଠାରେ ବୈକୁଣ୍ଠ ଭଜନ ପ୍ରତିଯୋଗିତା, ଗୀତା ଆବୃତ୍ତି, ବୈକୁଣ୍ଠ ବାକ୍ ଓ ନିବନ୍ଧ ପ୍ରତିଯୋଗିତା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରୀୟ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୦ ତାରିଖ ଦିନ ପୂଜ୍ୟପାଦ ବାବା ବୈକୁଣ୍ଠନାଥଙ୍କ ୧୦୮ତମ ଜନ୍ମ ମହୋତ୍ସବ ଠାରୁ ଆରମ୍ଭ ହୋଇଥିବା ୧୧ ଦିନ ବ୍ୟାପୀ ମହୋତ୍ସବ ଆସନ୍ତା ୩୦ ତାରିଖ ପବିତ୍ର ଶ୍ରୀପଞ୍ଚମୀ ଦିନ ଆଶ୍ରମ ପୀଠାଧୀଶ ଶ୍ରୀ ଶ୍ରୀ ରାଧାମୋହନ ଜୀଉଙ୍କର ୩୪ତମ ପ୍ରତିଷ୍ଠା ମହୋତ୍ସବ ପାଳିତ ହୋଇ ଉଦ୍‌ଯାପିତ ହେବ । ପରମ୍ପରା ଅନୁଯାୟୀ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ବୈକୁଣ୍ଠ ଭଜନ ପ୍ରତିଯୋଗିତା, ଗୀତାବୃତ୍ତି ଏବଂ ବୈକୁଣ୍ଠ ବାକ୍ ଓ ନିବନ୍ଧ ପ୍ରତିଯୋଗିିତା ସମ୍ପୂର୍ଣ୍ଣ ହୋଇଯାଇଛି । ଗୀତାବୃତ୍ତି, ବାକ୍ ଏବଂ ନିବନ୍ଧ ପ୍ରତିଯୋଗିତାର କୃତ୍ତୀ ପ୍ରତିଯେଗୀମାନଙ୍କୁ ୨୯ ତାରିଖ ସନ୍ଧ୍ୟାରେ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ବାବା ବୈକୁଣ୍ଠ ନାଥଙ୍କ ସାହିତ୍ୟ ଓ ଦର୍ଶନ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ପୁରସ୍କୃତ କରାଯିବ ଏବଂ ୩୦ ତାରିଖ ସନ୍ଧ୍ୟାରେ ଆଶ୍ରମ ପ୍ରତିଷ୍ଠା ଉତ୍ସବର ବର୍ଣ୍ଣାଢ୍ୟ ସନ୍ଧ୍ୟାରେ ବୈକୁଣ୍ଠ ଭଜନ ପ୍ରତିଯୋଗିତାର କୃତ୍ତୀ ପ୍ରତିଯୋଗୀମାନଙ୍କୁ ଆଶ୍ରମ ପରିସରରେ ଶ୍ରୀ ଶ୍ରୀ ରାଧାମୋହନ ଜୀଉଙ୍କ ସମ୍ମୁଖରେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ଏବଂ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ ।ବୈକୁଣ୍ଠ ଭଜନର କୃତୀ ପ୍ରତିଯୋଗୀମାନେ ହେଲେ ୧) ଗୋପାଳ ବିଭାଗ-ପ୍ରଥମ-ସାଇଶ୍ରୀ ପ୍ରଧାନ, ଦ୍ୱିତୀୟ-ଶ୍ରଦ୍ଧଞ୍ଜଳୀ ଭୋଇ, ୨) ଶ୍ରୀମୟୀ ରାଧା ବିଭାଗରେ- ପ୍ରଥମ-ବିଶ୍ୱବନ୍ଦିତା ତିୱାରୀ, ଦ୍ୱିତୀୟ-ସ୍ନେହାଶ୍ରୀ ପ୍ରଧାନ, ତୃତୀୟ-ପ୍ରିୟଙ୍କା ମିଶ୍ର, ୩) ମୋହନ ବିଭାଗ-ପ୍ରଥମ-ସ୍ୱେତପଦ୍ମା ରାଉତ, ଦ୍ୱିତୀୟ-ସତ୍ୟପ୍ରକାଶ ରାଉତରାୟ, ତୃତୀୟ ଯୁଗ୍ମଭାବେ-ସ୍ନେହା ସୂତାର ଓ ଆଶା ବାହାଦୂର ଗୁରୁମ୍ ଏବଂ ସ୍ୱତନ୍ତ୍ର ଭାବେ ସାଧନାରାଣୀ ଦିଗଲ, ୪) ଶ୍ରୀ ରାଧାମୋହନ ବିଭାଗର ତିନିଜଣ ପ୍ରତିଯୋଗୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ ।ନିବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାଜଶ୍ରୀ ପ୍ରିୟଦର୍ଶିନୀ, ଦ୍ୱିତୀୟ ସ୍ଥାନରେ ପ୍ରଜ୍ଞା ନିବେଦିତା ସାହୁ, ତୃତୀୟସ୍ଥାନରେ ଯୁଗ୍ମ ଭାବରେ ସୋମ୍ୟା ପ୍ରିୟଦର୍ଶିନୀ ଓ ମିତୁ ମିନର୍ଭା । ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି ଅର୍ଚ୍ଚିତା କର । ବାକ୍ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା ନିବେଦିତା ସାହୁ, ଦ୍ୱିତୀୟ ସ୍ଥାନ ଅର୍ଚ୍ଚିତା କର, ତୃତୀୟ ଯୁଗ୍ମଭାବେ ବ୍ରହ୍ମଜିତ୍ ରାୟ ଓ ସୁଶ୍ରୀ ସିଦ୍ଧିପ୍ରଦା, ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ବିଶ୍ୱବନ୍ଦିତା ତିଆଡ଼ି । ଗୀତାବୃତ୍ତି ପ୍ରତିଯୋଗିତାରେ ଦ୍ୱିତୀୟ ଅଧ୍ୟାୟର ସ୍ଥିତପ୍ରଜ୍ଞ ଲକ୍ଷଣ ୫୫ ଶ୍ଲୋକରୁ ୬୪ ଶ୍ଲୋକ ମୋଟ ୧୦ଟି ଶ୍ଲୋକ ଆବୃତ୍ତି କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତନୁଶ୍ରୀ ନାୟକ, ଦ୍ୱିତୀୟ ସ୍ଥାନ ରାଜଶ୍ରୀ ପ୍ରିୟଦର୍ଶିନୀ, ତୃତୀୟସ୍ଥାନ ସ୍ମୃତିରଞ୍ଜନ ସାହୁ ଏବଂ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି ମିତୁ ମିନର୍ଭା । ଏତଦ୍‌ବ୍ୟତୀତ ସମ୍ପୂର୍ଣ୍ଣ ଅଧ୍ୟାୟ ଗୀତା ଆବୃତ୍ତିରେ ପ୍ରଥମସ୍ଥାନରେ ଅଭିଶେକ ଶତପଥୀ, ଦ୍ୱିତୀୟ ସ୍ଥାନରେ ପ୍ରଜ୍ଞା ପାରମିତା ଦାସ, ତୃତୀୟସ୍ଥାନରେ ଯୁଗ୍ମଭାବେ ସୌମ୍ୟାଶ୍ରୀ ମିଶ୍ର ଓ ଅନନ୍ୟା ବିଶ୍ୱାଳ ଏବଂ ସ୍ୱତନ୍ତ୍ର ସ୍ଥାନ ଯୁଗ୍ମଭାବେ ଅଧିକାର କରିଛନ୍ତ ସ୍ଥିତପ୍ରଜ୍ଞ ରାଉତ ଓ ସାଇସ୍ନାତା ନାୟକ । ଉପରୋକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସର୍ବଶ୍ରୀ ସୁରେନ୍ଦ୍ର ମହାନ୍ତି, ଗୌରମ ନାୟକ, ସନାତନ ପଣ୍ଡା, ସତ୍ୟାନନ୍ଦ ପାଣି, ଅମ୍ବିକା ପ୍ରସାଦ ଶିଶୁଗୋସ୍ୱାମୀ, ଅରୁଣ କୁମାର ସାହୁ, ଦେବ ରଞ୍ଜନ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ସୁନିଲ କୁମାର କର ଏବଂ ଶ୍ରୀମତୀ ରିଭା ମହାନ୍ତି ପ୍ରମୁଖ ଆଶ୍ରମର ସେବକମାନେ ସହଯୋଗ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ ବାବାଙ୍କ ପ୍ରତିଷ୍ଠିତ ଜଳୌକା ଆନନ୍ଦଧାମ ଏବଂ କେନ୍ଦ୍ରପଡ଼ା ଗରାପୁରସ୍ଥିତ ଶ୍ରୀ ହନୁମାନଜୀଉ ଆଶ୍ରମରେ ମହାସମାରୋହରେ ପାଳିତ ହେବା ସହ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ