କ୍ଷତ୍ରିୟବରପୁରେ ବାର୍ଷିକ ପ୍ରତିଯୋଗିତା ଓ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ରାଜ୍ୟରେ ଆଜି ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଏବଂ ଭାଷା ଜ୍ଞାନ ପ୍ରବନ୍ଧ ଅନୁଷ୍ଠିତ ହେବା ସହିତ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଆଜାଦୀର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମୋ ସ୍ଵପ୍ନର ଓଡ଼ିଶା ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ପ୍ରଦ୍ୟୁମ୍ନ ପାତ୍ରଙ୍କ ଆହ୍ୱାନ୍ କ୍ରମେ ପ୍ରତିକୂଳ ପାଗ ସତ୍ତ୍ୱେ କ୍ଷତ୍ରିୟବରପୁର ଏବଂ ଏହାର ଆଖପାଖ ଅଞ୍ଚଳର ମୋଟ ୩୭୯ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ସେଥି ମଧ୍ୟରୁ ଚିତ୍ରାଙ୍କନରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୮୩ ଜଣ, ସୁନ୍ଦର ହସ୍ତାକ୍ଷର ଲିଖନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ୧୪୯ ଜଣ, ଭାଷା ଜ୍ଞାନ ପ୍ରବନ୍ଧରେ ନବମ ଦଶମ ଶ୍ରେଣୀର ୫୭ ଜଣ ଏବଂ ରାଜ୍ୟପାଳଙ୍କ ସ୍ଵତନ୍ତ୍ର ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ନବମ ଦଶମଶ୍ରେଣୀର ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ପ୍ରଥମ ପର୍ଯ୍ୟାୟରେ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଲିଖନ ଏବଂ ଭାଷା ଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋ ସ୍ଵପ୍ନର ଓଡ଼ିଶା ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ଚିତ୍ରାଙ୍କନରେ କାଳିଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେବାଶିଷ୍ ରାଉତ,ଇନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅମିତ୍ ଭୂୟାଁ,ସନ୍ଧାନ ପବ୍ଳିକ୍ ସ୍କୁଲ୍ ର ସ୍ଥିତପ୍ରଜ୍ଞା ସାହୁ, ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱୟଂ ଶାଳିନୀ ସ୍ଵାଇଁ,ପାଇଲିପଡ଼ା ଏନ୍.ପି ହାଇସ୍କୁଲ୍ ର ରେଶ୍ମା ବିଶ୍ୱାଳ,ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶ୍ରାବଣୀ ନାୟକ, ଭାଷାଜ୍ଞାନ ପ୍ରବନ୍ଧରେ ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହାର୍ଦ୍ଦିକ କୁମାର ବରାଳ, ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ବିବେକାନନ୍ଦ ବେହେରା ଏବଂ ଶୁଭମ୍ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିପରି ରାଜ୍ୟପାଳଙ୍କ ସ୍ଵତନ୍ତ୍ର ପ୍ରବନ୍ଧ ଲିଖନରେ ଓଡ଼ିଆ ବିଭାଗରେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ନାରାୟଣ ବିଷୋୟୀ,ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ବିବେକାନନ୍ଦ ବେହେରା, ବିନାୟକ ସାହୁ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଲିପ୍ସା ବିଷୋୟୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭଶ୍ରୀ ନାୟକ ଏବଂ ଇଁରାଜୀ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମୃତିରେଖା ତ୍ରିପାଠୀ, ପ୍ରିୟାଂଶୁ ପ୍ରିୟବ୍ରତ ସ୍ୱାଇଁ,ହିମାଂଶୁ ଶେଖର ଗନ୍ତାୟତ, ସିମ୍ରନ୍ ବିଷୋୟୀ ଓ ଲୋପାମୁଦ୍ରା ପଟ୍ଟନାୟକ ଶ୍ରେଷ୍ଠ ପାଞ୍ଚ ପ୍ରତିଯୋଗୀ ଭାବେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି I କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ସଭାପତିତ୍ୱ ଏବଂ ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଏବଂ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ,ସମିତିସଭ୍ୟ କୁଞ୍ଜବିହାରୀ ନାୟକ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ ସୁଧାଂଶୁ ଶେଖର ବିଷୋୟୀ, ଶିକ୍ଷକ ବାଳକୃଷ୍ନ ସାବତ,ସିଆରସିସି କାର୍ତ୍ତିକେୟ ସେଠୀ, ସୁଧୀର ଦାସ, ବିଦେଶୀ ବାଡତ୍ଯା, ମଧୁସୂଦନ ସେଠୀ, ନିକୁଞ୍ଜ ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ନୀରିକ୍ଷକ ପରୀକ୍ଷକ ଭାବେ ଶିକ୍ଷକ ନିରଞ୍ଜନ ତ୍ରିପାଠୀ, ଆକୁଳ ସାହୁ, ନରେଶ ବ୍ରହ୍ମା, ସୁକାନ୍ତ ବେହେରା,ଝାପଲ ମାରାଣ୍ଡି, ଶରତ ସାହୁ, ଦେବବ୍ରତ ଦାସ, ଅଜିତ୍ ବିଷୋୟୀ, ଜଗନ୍ନାଥ ପାଇକ, ଶ୍ୟାମଘନ ଗୌଡ଼, ସୁରେନ୍ଦ୍ର ରଇତ, ଜୟରାମ ବିଶ୍ୱାଳ, କୃଷ୍ଣଚନ୍ଦ୍ର ପ୍ରଧାନ,ନିରଞ୍ଜନ ରାଉତ,ଚିନ୍ମୟାନନ୍ଦ ପାଣିଗ୍ରାହୀ, ସୀତାକାନ୍ତ ତ୍ରୀପାଠୀ, ଶିକ୍ଷୟିତ୍ରୀ ମନୋରମା ମିଶ୍ର, ରୀତା ଶତପଥୀ, ଗିରୀଶ ନନ୍ଦିନୀ ସାହୁ, ଅନୀତା ସେଠୀ, ପୁଷ୍ପଲତା ନାୟକ, ଜୂମାସ୍କି ଗୌଡ଼, ସ୍ବର୍ଣ୍ଣଲତା ସାହୁ, ପୁଷ୍ପାଞ୍ଜଳି ଦେବୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ ବିଷ୍ଣୁ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ପରିଛା, ଉଦ୍ଧବ ଖମାରୀ,ଅରୁପ ପଟ୍ଟନାୟକ ସହଯୋଗ କରିଥିଲେ I ଶିକ୍ଷକ ଜୟରାମ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I


